ଓଡିଶା

odisha

ETV Bharat / city

ଧାଡିରେ ବ୍ୟାଗ ରଖି ଚାଲିଛି ଲୋକଙ୍କ ଖଟି

କୋରୋନାକୁ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ ରହିବାକୁ ଅନୁରୋଧ କରୁଥିଲେ ମଧ୍ୟ ଲୋକମାନେ ଏହାକୁ ମାନିବାକୁ ନାରାଜ୍‌ । ଖୋଦ ସ୍ମାର୍ଟ ସିଟି ରାଜଧାନୀରେ ଦେଖିବାକୁ ମିଳିଛି ସଚେତନତାର ଅଭାବ । ଧାଡିରେ ବ୍ୟାଗ ରଖି ଖଟି କଲେ ରାଜଧାନୀବାସୀ । ଅଧିକ ପଢନ୍ତୁ...

By

Published : Apr 2, 2020, 8:57 PM IST

Lack of awareness in capital bhubaneswar
ରାଜଧାନୀରେ ସଚେତନତା ଅଭାବ, ଧାଡିରେ ବ୍ୟାଗ ରଖି ଚାଲିଛି ଲୋକଙ୍କ ଖଟି

ଭୁବନେଶ୍ବର: କରୋନାକୁ ନେଇ ସାରା ବିଶ୍ୱ ଭୟରେ ଆତଙ୍କିତ । ଏନେଇ ସଚେତନ ରହିବାକୁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ସରକାର । ହେଲେ ରାଜଧାନୀ ଭୁବନେଶ୍ବରରେ ପିଡ଼ିଏସ ଚାଉଳ ବଣ୍ଟନ କୁ ନେଇ ଦେଖିବାକୁ ମିଳିଛି ସଚେତନତାର ଅଭାବ । 1 ମିଟର ଦୂରରେ ରହିବାକୁ ବାରମ୍ବାର ଲୋକଙ୍କୁ ପରାମର୍ଶ ଦିଆଯାଉଥିଲେ ସୁଦ୍ଧା ଲୋକମାନେ ଏହାକୁ ମାନିବାକୁ ନାରାଜ୍‌ ।

ରାଜଧାନୀରେ ସଚେତନତା ଅଭାବ, ଧାଡିରେ ବ୍ୟାଗ ରଖି ଚାଲିଛି ଲୋକଙ୍କ ଖଟି

ରାଜଧାନୀର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ କିଛି ଲୋକମାନଙ୍କୁ ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଯାଉଛି । ଯାହାକୁ ନେଇ ଲୋକାମନଙ୍କ ପାଇଁ 1 ମିଟର ଦୁରତାରେ ଛିଡା ହେବା ପାଇଁ ଗୋଲେଇ କରାଯାଇଛି । ହେଲେ ଗୋଲେଇ ଭିତରେ ବ୍ୟାଗ ରଖି ଖଟି କରିବାରେ ମସଗୁଲ୍‌ ରାଜଧାନୀବାସୀ ।

ଏନେଇ ପିଡ଼ିଏସ କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖରା ପାଇଁ ଲୋକମାନଙ୍କୁ ଗଛ ଛାଇରେ ସାମାଜିକ ଦୁରତ୍ବ ରକ୍ଷା କରି ବସିବାକୁ କୁହାଯାଇଥିଲା । ହେଲେ ଆଜି ବି ଲୋକମାନେ କୋରୋନାକୁ ଗମ୍ଭୀରତାର ସହ ନେଉ ନଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details