ଭୁବନେଶ୍ବର : ନାମକୁ ମାତ୍ର ମ୍ୟାନ ମିସିଂ ସେଲ। କାମ କିନ୍ତୁ ସିରିୟସ ନୁହେଁ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କମିସନରେଟ ପୋଲିସର ଡିସିପିଙ୍କ ମ୍ୟାନ ମିସିଂ ସେଲ ବିରୋଧରେ। କୌଣସି ବ୍ୟକ୍ତି ନିଖୋଜ ବା ଅପହରଣ ବା ଅଚିହ୍ନା ମୃତଦେହ ମିଳିଲେ । ଏହି ମ୍ୟାନ ମିସିଂ ସେଲ ସେହି ନିଖୋଜ ଲୋକକୁ ଖୋଜି ଆଣିବ ବା ମୃତ ଲୋକର ପରିଚୟ ଖୋଜିବ।
କିନ୍ତୁ ଯୋଜନାକାର୍ଯ୍ୟକାରୀ ପରେ ବାସ୍ତବିକ କେହି ଶୁଣୁନାହାନ୍ତି ଅଫିସର । ଏମିତି ଏକ ଅଭିଯୋଗ ଆଣିଛନ୍ତି ବିହାରର ଜଣେ ରଙ୍ଗ ମିସ୍ତ୍ରୀ। ସହିଦନଗର ଥାନା ଶାନ୍ତି ପଲ୍ଲୀ ବସ୍ତିରେ ରହୁଥିବା ଲୋକ ବାପୁଜି ଯାଦବ ଅଭିଯୋଗ ଆଣିଛନ୍ତି । ଗତ 25 ଫେବୃଆରିରେ କଟକ ରୋଡର ଦୁଇ ବ୍ୟବସାୟୀଙ୍କ ଘରକୁ ରଙ୍ଗ କାମ ପାଇ ଡକାଇଥିଲେ ତାଙ୍କର ସହଯୋଗୀ ଅଜୟ ଯାଦବଙ୍କୁ । ଅଜୟ ଯାଦବ ନିଜ ନୂତନ ବାଇକ ନେଇ ତାଙ୍କ ପାଖକୁ ଯାଇଥିଲେ ମଧ୍ୟ ପରେ ଆଉ ଖୋଜ ଖବର ମିଳୁନି । ଏପରିକି ନା ତାଙ୍କର ମୋବାଇଲ ଲାଗୁଛି ନା ସେ କେଉଁଠି ଅଛି ତାର କିଛି ପତ୍ତା ମିଳୁଛି ।