ଓଡିଶା

odisha

ETV Bharat / city

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ । ଏଣିକି ବିଭଗର ସମସ୍ତ କାର୍ଯ୍ୟକ୍ରମ ମୋ ସରକାର ମାଧ୍ୟମରେ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Naveen
Naveen

By

Published : Jan 29, 2020, 9:54 PM IST

ଭୁବନେଶ୍ବର: ମୋ ସରକାରରେ ଅଧିନକୁ ଆସିଲା ଆଉ ଏକ ବିଭାଗ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଶ୍ରମ ବିଭାଗର ଅଧିକାରୀଙ୍କୁ ମୋ ସରକାର ବିଷୟରେ ବୁଝାଇଛନ୍ତି । ଲୋକଙ୍କ ମତାମତ ଆଧାରରେ ଯେଉଁ ଅଧିକାରୀମାନେ ଭଲ କାର୍ଯ୍ୟ କରିଥିବେ ସେମାନଙ୍କୁ ସରକାର ପ୍ରଶଂସା ସହ ପଦନ୍ନୋତି ଦେବେ ।

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ


ସୂଚନା ଅନୁସାରେ, ଶ୍ରମ ବିଭାଗର ‘ଅଫିସ ଅଫ ଦ ଲେବର କମିସନ’ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ ଇଏସଆଇ ସହ ଏହି ସବୁ ବିଭାଗ ଅଧୀନରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନା ଏଥିରେ ସାମିଲ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ନିମାର୍ଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ୫ଟି ସେବା ସାମିଲ କରାଯିବ । ଏହି ଅବସରରେ ଶ୍ରମ ସଚିବ ଓ ଶ୍ରମ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details