ଓଡିଶା

odisha

ETV Bharat / city

7 ଦିନ ଘରେ କ୍ବାରେଣ୍ଟାଇନରେ ରହିବା ସମୟରେ କେଉଁ ନିୟମ ପାଳନ କରିବେ, ଜାଣନ୍ତୁ...

ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ 28 ଦିନିଆ କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ 21 ଦିନ ସରକାରୀ କ୍ବାରେଣ୍ଟାଇନରେ ଓ 7 ଦିନ ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନରେ ରହିବେ ବୋଲି କୁହାଯାଇଛି । ତେବେ ଏହି ସାତ ଦିନ କିଭଳି ରହିବେ ସେନେଇ ଆଜି ସବିଶେଷ ତଥ୍ୟ ଦେଇଛନ୍ତ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

home quarantine
7 ଦିନ ଘରେ କ୍ବାରେଣ୍ଟାଇନରେ ରହିବା ସମୟରେ କେଉଁ ନିୟମ ପାଳନ କରିବେ, ଜାଣନ୍ତୁ...

By

Published : May 14, 2020, 11:46 PM IST

ଭୁବନେଶ୍ବର: ରାଜ୍ୟରେ ଯେଉଁଭଳି ଭାବରେ କୋରୋନା କାୟା ବିସ୍ତାର କରୁଛି ତାହା ସରକାରଙ୍କ ଚିନ୍ତା ବଢାଇଛି । ଏଥିଲାଗି ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ 28 ଦିନିଆ କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ 21 ଦିନ ସରକାରୀ କ୍ବାରେଣ୍ଟାଇନରେ ଓ 7 ଦିନ ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନରେ ରହିବେ ବୋଲି କୁହାଯାଇଛି । ତେବେ ଏହି ସାତ ଦିନ କିଭଳି ରହିବେ ସେନେଇ ଆଜି ସବିଶେଷ ତଥ୍ୟ ଦେଇଛନ୍ତ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ଏହି 7 ଦିନ ପାଳନ କରିବାକୁ ଥିବା ନିୟମ ବାବଦରେ ଆସନ୍ତୁ ଜାଣିବା...

  • 7 ଦିନ ଘରେ ରହିଲେ କିଛି ନିୟମ ମାନିବାକୁ ପଡିବ।
  • ଘରେ ରହିଥିଲେ ମଧ୍ୟ ଅଲଗା ରହିବେ।
  • ଗାଁ ଦଣ୍ଡକୁ ବାହାରିବେ ନାହିଁ।
  • ଘରେ ଯଦି ବୟସ୍କ ଲୋକ ଛୁଆ, ଗର୍ଭବତୀ ମହିଳା ଅଛନ୍ତି ସେମାନଙ୍କ ପାଖକୁ ଯିବେ ନାହିଁ।
  • ଗାଁରେ ଅନୁଷ୍ଠିତ ହେଉଥିବା ବାହାଘର ଓ କିଛି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯିବେ ନାହିଁ।
  • ଘରେ ଯେଉଁ ଜିନିଷ ବ୍ୟବହାର କରୁଛନ୍ତି ତାହା ଅନ୍ୟ କେହି ବ୍ୟବହାର କରିବେ ନାହିଁ। ଯାହାଫଳରେ ଅନ୍ୟ ଜଣଙ୍କୁ ସହଜରେ ସଂକ୍ରମଣ ହେବ ନାହିଁ।

ସେହିପରି ଘରେ ରହିଥିବା ବୃଦ୍ଧ ଓ ଭିନ୍ନକ୍ଷମମାଙ୍କ ପାଇଁ କଣ କରିବା ଉଚିତ ?

  • ଘରେ ରହିଥିବା ବୃଦ୍ଧ ଓ ଭିନ୍ନକ୍ଷମ ମାନଙ୍କ ପାଇଁ 6 ରୁ 8 ଥର ହାତ ଧୋଇବା।
  • ସବୁଦିନ ପିନ୍ଧୁଥିବା ପିନ୍ଧାଲୁଗା ଧୋଇଦେବା।
  • ତାଙ୍କ ବିଛଣା ଖରାରେ ସୁଖାଇବା।
  • ଟିଭି, ଝରକା କବାଟକୁ ଧରିଲେ ଭଲ ଭାବରେ ହାତ ଧୋଇବା।
  • ଘରକୁ କିଏ ଆସିଲେ ତାଙ୍କ ଠାରୁ ଦୂରେଇ ରଖିବା ସହ ଫୋନରେ କଥା କରାଇଦେବା। ପୂଜା ଘରେ ରଖିକି ଭଜନ ଶୁଣାଇବା।
  • ତାଙ୍କର ନିଜ ପସନ୍ଦର ଖାଦ୍ୟ ରୋଷେଇ କରାଇଦେବା।
  • ଅତି ଦରକାର ନଥିଲେ ଡାକ୍ତରଖାନାକୁ ଯିବା ନାହିଁ।
  • ଚିହ୍ନପରିଚିତରେ ଡାକ୍ତର ଥିଲେ ତାଙ୍କ ସହ କଥାବାର୍ତା ହେବା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details