ଓଡିଶା

odisha

ETV Bharat / city

ଜଙ୍ଗଲଜାତ ଦ୍ରଵ୍ୟରେ ଝଲସିବ ନୟାପଲ୍ଲୀର 'ରାଣୀ ପଦ୍ମାବତୀ'ଙ୍କ ପ୍ୟାଲେସ

ଦୂର୍ଗାପୂଜା ପାଇଁ ରାଜଧାନୀରେ ଭଳିକି ଭଳି ତୋରଣ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଚଳିତଥର ନୟାପଲ୍ଲୀ ଦୁର୍ଗାପୂଜା କମିଟି ପରିବେଷଣ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ସ୍ବତନ୍ତ୍ର ପ୍ରୟାସ କରିଛି ।

By

Published : Sep 25, 2019, 7:29 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଉ କେଇଟା ଦିନ ପରେ ମା' ଦୁର୍ଗତିନାଶିନୀଙ୍କ ପୂଜା । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାରା ଭାରତରେ ବେଶ ଧୂମ୍‌ଧାମ୍‌ରେ ମା' ଦଶଭୂଜାଙ୍କ ପୂଜା ନେଇ ବିଭିନ୍ନ ପେଣ୍ଡାଲ ମାନଙ୍କରେ ସାଜସଜ୍ଜା କାମ ଆରମ୍ଭ ହୋଇଗଲାଣି । ରାଜଧାନୀରେ ମଧ୍ୟ ଭଳିକି ଭଳି ତୋରଣ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଚଳିତଥର ନୟାପଲ୍ଲୀ ଦୁର୍ଗାପୂଜା କମିଟି ପରିବେଷଣ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ସ୍ବତନ୍ତ୍ର ପ୍ରୟାସ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ପରିବା ଚୋପା ସହ ବିଭିନ୍ନ ଜଙ୍ଗଲଜାତ ଦ୍ରଵ୍ୟରେ ତିଆରି ହୋଇଛି ରାଣୀ ପଦ୍ମାବତୀ ପ୍ୟାଲେସ । ସବୁ ଦୁର୍ଗାପୂଜା ପେଣ୍ଡାଲ ସଜେଇ ହୋଇ ଉଠୁଛି । କିଏ ପ୍ଲାଷ୍ଟିକ ଫୁଲରେ ମେଢ଼କୁ ସଜାଉଛି ତ, ଆଉ କିଏ ଆଖି ଝଲସିଯିବା ଭଳି ଜରି ମେଢ଼ର ତୋରଣ ତିଆରି କରୁଛି ।

କିନ୍ତୁ ଏସବୁ ଭିତରେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ମା ଦୁର୍ଗାଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି କରାଯାଇଛି । ପ୍ରାକୃତିକ ରଙ୍ଗ ଲଗାଇବା ସହ ପ୍ଲାଷ୍ଟିକ ଓ ପଲିଥିନ ବଦଳରେ ଶୁଖିଲା ପତ୍ର , ବେଲ ମଞ୍ଜି, କପାମଞ୍ଜି, କପା ଖୋଳ, ବାଇଗଣ ମଞ୍ଜି ଭଳି ବିଭିନ୍ନ ଜଙ୍ଗଲ ଜାତଦ୍ରବ୍ୟରେ ମେଢ଼କୁ ସଜା ଯାଇଛି । ଯାହା ଖୁବ ସହଜରେ ମାଟିରେ ମିଶିବା ସହ ପରିବେଶକୁ କୌଣସି ପ୍ରକାରରେ କ୍ଷତି ପହଞ୍ଚାଇବ ନାହିଁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details