ଓଡିଶା

odisha

ETV Bharat / city

ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

କାଜୁ ବଗିଚା ମାମଲା ରଫାଦଫା କରିବା ପାଇଁ 5000 ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଖୋର୍ଦ୍ଧା ଜଙ୍କିଆ ଥାନା ଅଧିନସ୍ଥ ସୀକୋ ଫାଣ୍ଡି ଅଧିକାରୀ ମନମୋହନ ଜାଲି ।

By

Published : Aug 2, 2019, 4:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖୋର୍ଦ୍ଧା ଜଙ୍କିଆ ଥାନା ଅଧିନସ୍ଥ ସୀକୋ ଫାଣ୍ଡି ଅଧିକାରୀ ମନମୋହନ ଜାଲି ଗିରଫ କରିଛି ଭିଜିଲାନ୍ସ । କାଜୁ ବଗିଚା ମାମଲା ରଫାଦଫା କରିବା ପାଇଁ 5000 ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ମନମୋହନ।

ଉମେଶ ରଥ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସିଭିଲ୍ ଡିସପୁଟ ମାମଲାର ରଫାଦଫା ପାଇଁ ଅଭିଯୋଗକାରି ସପକ୍ଷରେ ବିଚାର କରିବାକୁ ଦାବି କରିଥିଲେ ଲାଞ୍ଚ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ପରେ ଲାଞ୍ଚ ନେଉଥିବା ସମୟରେ ରଙ୍ଗ ବୋଳା ଟଙ୍କା ସହ ଧରିଥିଲେ ଭିଜିଲାନ୍ସ ଅଧିକାରୀ।

ଏନେଇ ଖୋର୍ଦ୍ଧା ସ୍ଥିତ ବାସଭବନରେ ଚଢାଉ କରି ଯାଞ୍ଚ କରିଥିଲେ ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details