ଓଡିଶା

odisha

ETV Bharat / city

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସିରେ ହାଜର - victim come to ohrc for judgment

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ । ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେଲେ ନୟାଗଡର ସୋମନାଥ ଦଳାଇ । ଅଧିକ ପଢନ୍ତୁ...

kangaroo court
ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସି ନିକଟରେ ହାଜର

By

Published : Jan 24, 2020, 6:59 PM IST

ଭୁବନେଶ୍ବର: ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ । ନିଜ ଗାଁରେ ସ୍ବାଧୀନ ନାହିଁ ଦୃଷ୍ଟିବାଧିତଙ୍କ ପରିବାର। ନୟାଗଡ ଜିଲ୍ଲା କଣ୍ଟିଲୋ ଗ୍ରାମ କେଉଟ ସାହିର ସୋମନାଥ ଦଳାଇ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି। ସେ ତାଙ୍କ ପରିବାରକୁ ଅତି ଦୁଃଖ କଷ୍ଟରେ ଚଳାଉଥିବାବେଳେ ତାଙ୍କୁ ସାହିରେ କଙ୍ଗାରୁକୋର୍ଟ ବସାଇ ବାସନ୍ଦ କରାଯାଇଛି।

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସି ନିକଟରେ ହାଜର

ବାସନ୍ଦ ପରେ ଦୀର୍ଘ ଦିନ ଧରି ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ନ୍ୟାୟ ପାଇବାର ଆଶା ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ଙ୍କ ନିକଟକୁ ଆସିଛନ୍ତି ସେ। 2017-18 ମସିହାରେ କେଉଟ ସାହିରେ ଏକ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଟଙ୍କା ଆସିଥିଲା। ଯାହା ଦୃଷ୍ଟିବାଧିତ ସୋମନାଥଙ୍କ ଘର ସମ୍ମୁଖରେ ନିର୍ମାଣ କରାଯାଇଛି।

ଏହାକୁ ସୋମନାଥଙ୍କ ସହ ପରିବାର ବର୍ଗ ବିରୋଧ କରିଥିଲେ ମଧ୍ୟ ଗାଁ ଲୋକ ଶୁଣିନଥିଲେ। ତାଙ୍କ ଘର ସମ୍ମୁଖରେ ଭାଗବତ ଟୁଙ୍ଗି ନିର୍ମାଣ କରିଥିଲେ। ଫଳରେ ଘରୁ ବାହାରକୁ ଆସିବା ପାଇଁ ଏବେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ବିରୋଧ କରିବା ଫଳରେ ଗାଁର କିଛି ଅସାମାଜିକ ପ୍ରକୃତିର ଲୋକ କଙ୍ଗାରୁ କୋର୍ଟ ବସାଇ ଗାଁରୁ ବାସନ୍ଦ କରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ, ନୟାଗଡ ଏସପି ଓ ଜିଲ୍ଲାପାଳଙ୍କୁ ସେ ଭେଟିସାରିଲା ପରେ ବି କିଛି ସୁଫଳ ମିଳିପାରିଲା ନାହିଁ। ଯାହା ଫଳରେ ନ୍ୟାୟ ପାଇଁ ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ସେ ପହଞ୍ଚିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details