ଓଡିଶା

odisha

ETV Bharat / city

ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ

NDAର ରାଷ୍ଟ୍ରପତି ପ୍ରାର୍ଥି ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ କରିବ କଳିଙ୍ଗ ସେନା । ଅଧିକ ପଢ଼ନ୍ତୁ

By

Published : Jun 25, 2022, 9:43 PM IST

ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ
ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ

ଭୁବନେଶ୍ବର :NDAର ରାଷ୍ଟ୍ରପତି ପ୍ରାର୍ଥି ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ କରିବ କଳିଙ୍ଗ ସେନା । ସେ ଜଣେ ଓଡ଼ିଆ ହୋଇଥିବାରୁ ଆଉ ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ଲଢୁଥିବାରୁ ଦଳ ମତ ନିର୍ବିଶେଷରେ ତାଙ୍କୁ ସମସ୍ତଙ୍କର ସମର୍ଥନ କରିବା ଦରକାର। ପ୍ରଥମେ ମାଟି ତା ପରେ ପାର୍ଟି ଦେଖିବା ଦରକାର।

ଦ୍ରୌପଦୀଙ୍କୁ ସମର୍ଥନ ନକଲେ କଂଗ୍ରେସକୁ ଗାଁଗାଁରେ ବିରୋଧ

ହେଲେ ଆମର ଗୌରବ ମଣ୍ଡନ କରୁଥିବା ଝିଅକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ସିଧାସଳଖ ମନା କରୁଛି କଂଗ୍ରେସ। ଯଦି କଂଗ୍ରେସ ନିଜ ନିଷ୍ପତ୍ତି ନ ବଦଳେଇ ଏହି ପଦକ୍ଷେପକୁ ଗ୍ରହଣ କରେ ତେବେ ୯ ଜଣ ବିଧାୟକଙ୍କ ସମେତ ଜଣେ ସାଂସଦକୁ ଗାଁଗାଁରେ ବିରୋଧ କରିବୁ ଆମେ । ଆଉ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ବିରୋଧୀ କଂଗ୍ରେସକୁ ଓଡିଶା ବିରୋଧୀ ବୋଲି ସଚେତନତା ଅଭିଯାନ କରି ଲୋକଙ୍କୁ ବୁଝାଇବୁ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details