ଭୁବନେଶ୍ୱର: ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର କରିବା ପଡିଛି ମହଙ୍ଗା । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ପଡିଛି ହସ୍ପିଟାଲ । ଏନେଇ ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ମନ୍ତ୍ରୀଙ୍କ କହିବାନୁଯାୟୀ, ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ସମ୍ପର୍କରେ ଗତକାଲି ମାନ୍ୟବର ବାଚସ୍ପତି ରୁଲିଂ ଦେଇଥିଲେ । ଏହାର ତତକ୍ଷଣାତ ସ୍ୱାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲି । ଏହି କମିଟି ରିପୋର୍ଟ ପ୍ରଦାନ କରିଛି ।