ଓଡିଶା

odisha

ETV Bharat / city

କାଳିଆ ଯୋଜନାରେ 2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ - ଉପକୂଳବର୍ତ୍ତୀ ଜିଲ୍ଲା

କାଳିଆ ଯୋଜନାରେ2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । 31ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରରେ ଯାଞ୍ଚ ସରିବାକୁ ଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା 5 ଲକ୍ଷ ଛୁଇଁବ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 22, 2019, 2:52 PM IST

ଭୁବନେଶ୍ବର: ଚିହ୍ନଟ ହେଲେ ଅଯୋଗ୍ୟ ହିତାଧିକାରୀ । କାଳିଆ ଯୋଜନାରେ2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନେ 5000 ତାଙ୍କ ଲେଖାଏଁ ପାଇଛନ୍ତି । ଆଉ କିଛି ହିତାଧିକାରୀ ଦ୍ଵିତୀୟ କିସ୍ତି ବି ପାଇଛନ୍ତି । ଯାହାର ମୂଲ୍ୟ ପ୍ରାୟ 135 କୋଟି ଟଙ୍କା ହେବ। ଏତେ ପରିମାଣର ଟଙ୍କା କିପରି ଫେରସ୍ତ ପାଇବେ ସରକାର ତାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

36 ଲକ୍ଷ 88 ହଜାର ହିତାଧିକାରୀଙ୍କ ତାଲିକା ଯାଞ୍ଚ ଶେଷ ହୋଇଛି । ଗତ 22 ସୁଦ୍ଧା ଏହି ଯାଞ୍ଚ ହୋଇଛି । 31ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରରେ ଯାଞ୍ଚ ସରିବାକୁ ଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା 5 ଲକ୍ଷ ଛୁଇଁବ ।

ଉପକୂଳବର୍ତ୍ତୀ ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି । ସେମାନଙ୍କ ଠାରୁ କିପରି ଟଙ୍କା ଫେରସ୍ତ ହେବ ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ବିଭାଗ । ଅନେକ ହିତାଧିକାରୀ ନିଜ ଆଡୁ ଟଙ୍କା ଫେରସ୍ତ କରିଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details