ଭୁବନେଶ୍ବର: ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଭଳି ହିତାଧିକାରୀଙ୍କୁ ଖୋଜୁଛି କୃଷି ବିଭାଗ । ଡାଟା ବେସ ସହିତ ହିତାଧିକାରୀଙ୍କ ନାମ ଯୋଡା ଯାଇଛି । ଏପଟେ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି । ‘କାଳିଆ’ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଏକ କୋଟି ଦରଖାସ୍ତ ଆସିଥିବା ଜଣାପଡିଛି ।
ସେପଟେ ଅଯୋଗ୍ୟ ବ୍ୟକ୍ତି ନାଁ ବାଦ୍ ଦେବା ପାଇଁ ଦରଖାସ୍ତ କରିପାରିବେ । ଅନ୍ୟ ଲୋକ ମଧ୍ୟ ଅଯୋଗ୍ୟ ଲୋକ ସମ୍ପର୍କରେ ତଥ୍ୟ ଦେଇ ପାରିବେ । ତେବେ ଆମ ପାଖରେ ଥିବା ତଥ୍ୟ ଅନୁସାରେ ଆମେ ଯୋଗ୍ୟ ଅଯୋଗ୍ୟ ବିବେଚନା କରିବୁ । କିଏ କହିଲେ ହେବ ନାହିଁ । ଆମେ ଯାଞ୍ଚ ପରେ ହିଁ ତାଲିକା ପ୍ରକାଶ କରିବୁ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।