ଓଡିଶା

odisha

ETV Bharat / city

ବେକାରୀ ଯୁବକଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକ ସଙ୍ଘ

ପ୍ରଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ଦାବି କରି ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘର ସଦସ୍ୟମାନେ ରାଜଧାନୀର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ..

ବେକାରୀ ଯୁବକଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକ ସଙ୍ଘ
ବେକାରୀ ଯୁବକଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକ ସଙ୍ଘ

By

Published : Feb 14, 2020, 3:07 AM IST

ଭୁବନେଶ୍ବର: ରାଜ୍ୟରେ ହଜାର ହଜାର ସଂଖ୍ୟାରେ ସିଟି, ବିଇଡି ପ୍ରଶିକ୍ଷିତ ଯୁବକ, ଯୁବତୀ ରହିଛନ୍ତି । ଯେଉଁମାନଙ୍କୁ ସରକାର ନିଯୁକ୍ତି ପ୍ରଦାନ ନକରି ଅଣଦେଖା କରିଛନ୍ତି । ଫଳରେ ସେମାନେ ବେକାର ହୋଇ ବସିରହିବା ସହିତ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପଥକୁ ବାଛି ନେଉଛନ୍ତି ।

ବେକାରୀ ଯୁବକଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକ ସଙ୍ଘ

ସରକାର ସେମାନଙ୍କ ଦୁଃଖ ବୁଝିବା ସହ ଏହି ପ୍ରଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ଦାବି କରି ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘର ସଦସ୍ୟମାନେ ରାଜଧାନୀର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ।

ଅନେକ ଥର ସେମାନେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପିତ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ କେବଳ ସମୟ ଗଡାଇ ଭଣ୍ଡାଇ ଚାଲୁଥିବା ଏହି ସଙ୍ଘର ସଭାପତି ଧନଞ୍ଜୟ ଜେନା କହିଛନ୍ତି ।

ତେବେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଶେଷଥର ପାଇଁ ସଙ୍ଘ ନିଜ ଦାବି ଉପସ୍ଥାପିତ କରିବା ପାଇଁ ଚେଷ୍ଟାକରିବ ବୋଲି ସେ କହିଛନ୍ତି । ନଚେତ ସାମୂହିକ ଭାବେ ସଙ୍ଘର ସଦସ୍ୟମାନେ ଏହି ଗାନ୍ଧିମାର୍ଗରେ ଆତ୍ମଦାହ କରିବେ ବୋଲି ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details