ଭୁବନେଶ୍ବର: ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ପର୍ଯ୍ୟାବରଣ ଭବନ ଠାରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଅପରାହ୍ଣରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।
ଏହି ବୈଠକରେ କ୍ଷତିପୂରକ ବନୀକରଣ ପାଣ୍ଠିର କାର୍ଯ୍ୟକାରିତା, ପ୍ରାକୃତିକ ଜଙ୍ଗଲ ପରିଚାଳନା, ବନ୍ୟଜନ୍ତୁଙ୍କ ସୁରକ୍ଷା, ଇକୋ ସିଷ୍ଟମ୍ର ପରିଚାଳନା ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା କରାଯାଉଥିବା ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ସବୁ ରାଜ୍ୟର ପରିବେଶ ମନ୍ତ୍ରୀ ମାନଙ୍କୁ ପତ୍ର ଲେଖିଛନ୍ତି ।