ଭୁବନେଶ୍ବର: ସଂସଦର ଉଭୟ ଗୃହ ପାଇଁ ସ୍ଥାୟୀ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସୂଚୀ ଜାରି କରାଯାଇଛି । ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପକ୍ଷରୁ ଏହି ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ତଦନୁସାରେ ସୁନ୍ଦରଗଡର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଗୁରୁ ଦାୟିତ୍ବ । ତାଙ୍କୁ ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜୁଏଲଙ୍କୁ ମିଳିଲା ଗୁରୁ ଦାୟିତ୍ବ - ଜୁଏଲଙ୍କୁ ଗୁରୁ ଦାୟିତ୍ବ
ସୁନ୍ଦରଗଡର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଗୁରୁ ଦାୟିତ୍ବ । ତାଙ୍କୁ ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି ।
ଫାଇଲ ଫଟୋ
ଏହି କମିଟିରେ ଜୁଏଲଙ୍କ ସହ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ରାହୁଲ ଗାନ୍ଧୀ, ଅଭିଷେକ ମନୁ ସିଙ୍ଘଭି ମଧ୍ୟ କମିଟିର ସଦସ୍ୟ ରହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ