ଓଡିଶା

odisha

ETV Bharat / city

Presidential Election: ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା, ଓଡିଶାରୁ 2 ମନ୍ତ୍ରୀ ପ୍ରସ୍ତାବକ

ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା
ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା

By

Published : Jun 23, 2022, 12:28 PM IST

Updated : Jun 23, 2022, 2:25 PM IST

ଭୁବନେଶ୍ବର:ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ନେଇ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀଙ୍କ ନାମାଙ୍କନରେ ବିଜେଡି ପ୍ରସ୍ତାବକ ରହିବ ।

ରାଜ୍ୟ କ୍ୟାବିନେଟର ୨ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି (ଶୁକ୍ରବାର) ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ । ସେଥିପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଟୁକୁନି ସାହୁ ଓ ଦ୍ରୌପଦୀଙ୍କ ମଧ୍ୟରେ ସକ୍ଷାତକାର ହୋଇଥିବା ଦେଖିବାକୁ ମିଳିଛି । ଦ୍ରୌପଦୀ ମୁର୍ମୁ ଜଣେ ମହିଳା ଆଦିବାସୀ ନେତ୍ରୀ । ସେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଥିଲେ । ବିଜେପି ନେତୃତ୍ବାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଓଡିଶାର ପ୍ରଥମ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ମୁର୍ମୁ । ନାମାଙ୍କନ ଦାଖଲ ଶେଷ ତାରିଖି ରହିଛି ଜୁନ 29 । ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ 21ରେ ଭୋଟ ଗଣନା ହେବ ।

Last Updated : Jun 23, 2022, 2:25 PM IST

ABOUT THE AUTHOR

...view details