ଓଡିଶା

odisha

ETV Bharat / city

ସାମ୍ବାଦିକ ସୁରକ୍ଷା ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ

ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣର ମାତ୍ରା । ଅନ୍ୟ ରାଜ୍ୟ ଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ନାହିଁ । ତେଣୁ ଏନେଇ ଏକ ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସାମ୍ବାଦିକ ସଂଘ ।

‘ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ଦରକାର’

By

Published : Nov 17, 2019, 9:22 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣର ମାତ୍ରା । ପ୍ରତିଦିନ କେଉଁଠି ନା କେଉଁଠି ଆକ୍ରମଣର ଶିକାର ହେଉଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ନାହିଁ । ତେଣୁ ଏନେଇ ଏକ ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସାମ୍ବାଦିକ ସଂଘ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏନେଇ ଭେଟି ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ।

‘ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ଦରକାର’

କେତେବେଳେ ସାଂସଦ, କେତେବେଳେ ପ୍ରଶାସକ ତ ଆଉ କେତେବେଳେ ପୁଣି ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ । ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ନିହାତି ଦରକାର । ଏନେଇ ସରକାରଙ୍କ ଉପରେ ଚାପ ପକାଯିବା ଆବଶ୍ୟକ । ଯାହା ପୂର୍ବରୁ ସବୁ ବିଧାୟକ ଓ ବିରୋଧୀ ଦଳ ନେତାଙ୍କୁ ଭେଟି ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details