ଭୁବନେଶ୍ବର: ଓଡ଼ିଶାରେ ଜନଜାତିଙ୍କ (SC,ST)ର ସର୍ବାଙ୍ଗୀନ ବିକାଶ ପାଇଁ ବହୁ ପ୍ରଗତିଶୀଳ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଜନଜାତିଙ୍କର ଶୈକ୍ଷିକ ବିକାଶ ଓ ଅନ୍ୟାନ୍ୟ ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମର ବହୁଳ ପ୍ରଭାବ ତାଙ୍କ ଜୀବନ ଓ ସମାଜରେ ଅନୁଭୂତ ହେଉଛି । ଏହି କଲ୍ୟାଣମୂଳକ ଯୋଜନା ସମଗ୍ର ଭାରତର ପ୍ରଶାସକ, ନୀତିନିର୍ଦ୍ଧାରକ ଓ ଯୋଜନା ନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ସମ୍ପର୍କରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ ପାଇଁ ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦାଧିକାରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଝାଡ଼ଖଣ୍ଡ SC, ST ଉନ୍ନୟନ ବିଭାଗ ପଦାଧିକାରୀଙ୍କ ଓଡ଼ିଶା ଗସ୍ତ
ଓଡିଶା ଗସ୍ତରେ ଝାଡ଼ଖଣ୍ଡ SC,ST ଉନ୍ନୟନ ବିଭାଗ ପଦାଧିକାରୀ । ଜନଜାତିଙ୍କର ଶୈକ୍ଷିକ ବିକାଶ ଓ ଅନ୍ୟାନ୍ୟ ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପାଇଁ ଗସ୍ତ କରିଥିବା ସୂଚନା । ଅଧିକ ପଢନ୍ତୁ
ପ୍ରଥମ ଦିବସରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ ଝାଡ଼ଖଣ୍ଡର ଅତିରିକ୍ତ ସଚିବ ରବିରଞ୍ଜନ ମିଶ୍ର ଓ ଆଇଟିଡିଏ, ରାଞ୍ଚିର ପ୍ରକଳ୍ପ ପ୍ରଶାସକ ସୁଧୀର ବାରାଙ୍କୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ଶିକ୍ଷାର ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି । ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନାଗୁଡ଼ିକୁ ଝାଡ଼ଖଣ୍ଡର ପଦାଧିକାରୀମାନେ ପ୍ରଶଂସା କରିଛନ୍ତି ।
ସ୍ୱତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ, ବିଭାଗୀୟ ନିର୍ଦ୍ଦେଶକ (ST) ଗୁହା ପୁନମ ତାପସ କୁମାର, ନିର୍ଦ୍ଦେଶକ, ଏସ୍ସିଏସ୍ଟିଆର୍ଟିଆଇ ପ୍ରଫେସର ଡ. ଏ.ବି.ଓତା ଏବଂ ଓଡ଼ିଶା ସରକାରଙ୍କର ଅନ୍ୟାନ୍ୟ ପଦାଧିକାରୀମାନେ ଝାଡ଼ଖଣ୍ଡର ପଦାଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି । ଓଡ଼ିଶାରେ ଜନଜାତି ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(SC,ST) ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଏକ ଉପସ୍ଥାପନା କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ