ଓଡିଶା

odisha

ETV Bharat / city

ଟ୍ରାଫିକ ଉପଯୋଗୀ ହେବ ଜୟଦେବ ବିହାର-ନନ୍ଦନକାନନ ରାସ୍ତା - ଭୁବନେଶ୍ବର ଖବର

ଜୁନ ମାସ ସୁଦ୍ଧା ଟ୍ରାଫିକ ଉପଯୋଗୀ ହେବ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା। ନନ୍ଦନକାନନ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତାର କ୍ଷେତ୍ର ପରିଦର୍ଶନ ପରେ ଏଭଳି ନିର୍ଦ୍ଦେଶ ନେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଅଧିକ ପଢ଼ନ୍ତୁ...

Jaydev Bihar-Nandankanan road will be traffic free by june directed suresh mohapatra
ଟ୍ରାଫିକ ଉପଯୋଗୀ ହେବ ଜୟେଦେବ ବିହାର-ନନ୍ଦନକାନନ ରାସ୍ତା

By

Published : Feb 11, 2021, 9:50 PM IST

ଭୁବନେଶ୍ବର: ଜୁନ ମାସ ସୁଦ୍ଧା ଟ୍ରାଫିକ ଉପଯୋଗୀ ହେବ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା। ନନ୍ଦନକାନନ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତାର କ୍ଷେତ୍ର ପରିଦର୍ଶନ ପରେ ଏଭଳି ନିର୍ଦ୍ଦେଶ ନେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ଭିଡ଼ ଲାଗି ରହୁଛି। ଏହି ଭିଡ଼କୁ କମାଇବା ପାଇଁ ସମାନ୍ତରାଳ ରାସ୍ତା ନର୍ମାଣକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସମୀକ୍ଷା ପରେ ଉଭୟ ରାସ୍ତାକୁ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ଟ୍ରାଫିକ ଉପଯୋଗୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଜୟଦେବ ବିହାର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ନିର୍ମାଣଧିନ ରହିଛି। ବାମ ପଟେ ଚନ୍ଦକା ଖଣ୍ଡଗିରି ରାସ୍ତାର ସୁନ୍ଦପୁରଠାରୁ ପଥରଗାଡ଼ିଆ ଲୁମିନି ବିହାର ଶୈଳଶ୍ରୀ ବିହାର, ଜାଭଏର ଛକ ପର୍ଯ୍ୟନ୍ତ 12 କିମି ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ସେହିଭଳି ଦକ୍ଷିଣ ପାର୍ଶ୍ବରେ ଆଚାର୍ଯ୍ୟ ବିହାରଠାରୁ ଆରମ୍ଭ କରି ସୈନିକ ସ୍କୁଲ ଦେଇ କେଳୁଚରଣ ପାର୍କ ଡମଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜବରଦଖଲରେ ଥିବା ଲୋକଙ୍କୁ ଅନ୍ୟସ୍ଥାନରେ ପୁନଃ ଥଇଥାନ କରାଯାଉଛି। ଉଭୟ ପଟେ ରାସ୍ତା ନିର୍ମାଣ ହେଲେ ଜୟଦେବ ବିହାରଠାରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମିବ। ଯାତାୟତ କରୁଥିବା ଲୋକ ତୁଳନାତ୍ମକ ଭାବରେ ସୁବିଧା ଓ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାଶ, ଇଟିଭି ଭାରତ

ABOUT THE AUTHOR

...view details