ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହାକୁ ମୁକାବିଲା କରିବାକୁ ହେଲେ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଆହୁରି ତତ୍ପର ହେବାକୁ ପଡିବ । ଯଦି ରାଜ୍ୟ ସରକାର ଏହି ଦିଗରେ ତତ୍ପରତା ପ୍ରକାଶ ନକରିବେ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ । କୋରୋନାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରୁଛନ୍ତି । ଯାହା ଫଳରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢିବାରେ ଲାଗିଛି ।
କୋରୋନା ସମୟରେ କଳାବଜାରୀ ରୋକିବାକୁ ସରକାରଙ୍କୁ ସୁରଙ୍କ ଆହ୍ବାନ
କୋରୋନା ସମୟରେ ରାଜ୍ୟରେ ସାମଗ୍ରୀ କଳାବଜାରୀ ଓ ଦରବୃଦ୍ଧି । କଳାବଜାରୀ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଦାବି । ଅଧିକ ପଢନ୍ତୁ...
କୋରୋନା ସମୟରେ କଳାବଜାରୀ ରୋକିବାକୁ ସରକାରଙ୍କୁ ସୁରଙ୍କ ଆହ୍ବାନ
ଗୋଟିଏ ପଟେ କୋରୋନା ମାଡ଼ରେ ଲୋକଙ୍କ ଉପରେ ପ୍ରଭାବ ପଡ଼ିଥିବା ବେଳେ ସମସ୍ତ ସାମଗ୍ରୀ ଦରବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ଏପରି ଅସାଧୁ ବ୍ୟବସାୟୀ ଏବଂ କଳାବଜାରୀ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି । ଦରଦାମ୍ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ସୁରେଶ ରାଉତ ରାୟ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ