ଓଡିଶା

odisha

ETV Bharat / city

'ଏହା ପାରିବାରିକ ପୂନଃର୍ମିଳନ ନୁହେଁ, ହୋମ କ୍ବାରେଣ୍ଟାଇନର ସମୟ' - ହୋମ କ୍ବାରେଣ୍ଟାଇନ

କୋରୋନାକୁ ନେଇ ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବିବୃତ୍ତି । ଘରେ ରହୁଥିବା ବୟସ୍କ ଲୋକଙ୍କର ଯତ୍ନ ନେବା ସହ ହୋମ କ୍ବାରେଣ୍ଟାଇନର ନିୟମ ପାଳନ କରିବାକୁ ପରାମର୍ଶ ଦେଲେ ବାଗଚୀ । ଅଧିକ ପଢନ୍ତୁ...

'ଏହା ପାରିବାରିକ ବନ୍ଧୁ ମିଲନର ନୁହେଁ, ହୋମ କ୍ବାରେଣ୍ଟାଇନର ସମୟ'
'ଏହା ପାରିବାରିକ ବନ୍ଧୁ ମିଲନର ନୁହେଁ, ହୋମ କ୍ବାରେଣ୍ଟାଇନର ସମୟ'

By

Published : Jun 24, 2020, 8:21 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ବର୍ତ୍ତମାନ ସ୍ଥିତିକୁ ନେଇ ନିଜର ବିବୃତ୍ତି ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ସପ୍ତାହ ଆମପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବାଗଚୀ । ସେ କହିଛନ୍ତି ଯେ ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେବେ ଏହାର ପ୍ରଭାବ ବିଶେଷ ଭାବରେ ବୟସ୍କ ଲୋକଙ୍କ ଉପରେ ପଡେ ।

'ଏହା ପାରିବାରିକ ବନ୍ଧୁ ମିଲନର ନୁହେଁ, ହୋମ କ୍ବାରେଣ୍ଟାଇନର ସମୟ'
କୋରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ 17 ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ 9 ଜଣ ହେଉଛନ୍ତି 60 ବର୍ଷରୁ ଅଧିକ ବୟସର ବ୍ୟକ୍ତି। ଏହି କୋରୋନା ରୋଗ ବିଶେଷ ଭାବରେ ଶ୍ୱାସକ୍ରିୟାକୁ ପ୍ରଭାବିତ କାରିଥାଏ । ଘର ବାହାରକୁ ନଯାଇକି ବି ବୟସ୍କ ଲୋକ ସଂକ୍ରମିତ ହୋଇଥାନ୍ତି । ପରିବାରର ଅବହେଳା ଯୋଗୁଁ ଏପରି ହୁଏ ବୋଲି ବାଗଚୀ ନିଜ ବିବୃତ୍ତିରେ କହିଛନ୍ତି । ଏହାସହ ଘରେ ରହୁଥିବା ବ୍ୟକ୍ତିଙ୍କୁ କିଛି ପରାମର୍ଶ ମଧ୍ୟ ସେ ଦେଇଛନ୍ତି ।ଘରେ ରହୁଥିବା ବୟସ୍କ ଲୋକଙ୍କ କିପରି ଯତ୍ନ ନେବା
  1. ବୟସ୍କଙ୍କ ପାଖକୁ ଗଲାବେଳେ ମାସ୍କ ପିନ୍ଧନ୍ତୁ
  2. ତାଙ୍କର ଯେକୌଣସି ସେବା ଶୁଶ୍ରୁଷା କରିବା ଆଗରୁ ହାତ ସାବୁନରେ ଧୁଅନ୍ତୁ
  3. ତାଙ୍କର ଛୁଆଁ ଜିନିଷ ଯେପରି ଆଶାବାଡି, ମୋବାଇଲ ଫୋନକୁ ପରିଷ୍କାର ରଖନ୍ତୁ
  4. ବନ୍ଧୁ କୁଟୁମ୍ବଙ୍କୁ ଘରକୁ ଡାକନ୍ତୁ ନାହିଁ
  5. ବୟସ୍କଙ୍କ ସାଙ୍ଗରେ ଘର ଭିତରେ ମଧ୍ୟ ସାମାଜିକ ଦୂରତା ରଖନ୍ତୁ
  6. ଅଯଥା ଡାକ୍ତରଖାନା ଓ କ୍ଲିନିକକୁ ନିଅନ୍ତୁ ନାହିଁ
  7. ଟ୍ରେନ, ବିମାନବନ୍ଦର ଓ ବସରେ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ
  8. ନିଜେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ ଏବଂ ବାହାରୁ ଆସିବାପରେ ପରିଷ୍କାର ରୁହନ୍ତୁ
  9. ବୟସ୍କ ଲୋକଙ୍କର ଶାରୀରିକ ଓ ମାନସିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ

10.ଜ୍ୱର ଶ୍ୱାସ କଷ୍ଟରେ ଲକ୍ଷଣ ଦେଖିଲେ 104କୁ ଯୋଗାଯୋଗ କରନ୍ତୁ

ଏହି ସମୟ ପାରିବାରିକ ବନ୍ଧୁ ମିଳନର ସମୟ ନୁହେଁ ହୋମ କ୍ବାରେଣ୍ଟାଇନର

  1. ସାଙ୍ଗସାଥି ବନ୍ଧୁ କୁଟୁମ୍ବଙ୍କ ସାଙ୍ଗରେ ଦେଖାହେବା ନାହିଁ।
  2. ଅଲଗା ପ୍ରକୋଷ୍ଠ ଅଲଗା ବାଥରୁମ, ମୁକ୍ତ ପବନରେ ରହିବେ।
  3. ବୟସ୍କ ଗର୍ଭବତୀ ମହିଳା ଶିଶୁ ଅସୁସ୍ଥ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବେ।
  4. କୋଠରୀ ବାହାର ଘର ଭିତରେ ବୁଲାବୁଲି କରିବେ ନାହିଁ।
  5. ଘର ଭିତରେ ସାମାଜିକ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ ନାହିଁ।
  6. ସବୁବେଳେ ମାସ୍କ ପିନ୍ଧିବେ, ପ୍ରତିଦିନ ମାସ୍କକୁ ଭଲଭାବରେ ଧୋଇବେ।
  7. ପରିବାରର ମାତ୍ର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଦେଖାଶୁଣା କରିବେ।
  8. ବ୍ୟବହାର କରୁଥିବା ଲୁଗାପଟା, ବିଛଣାକୁ ଗ୍ଲୋଭସ ମାଧ୍ୟମରେ ଧରିବେ।
  9. ଜ୍ୱର କାଶ ହେଲେ 104କୁ ଯୋଗାଯୋଗ କରିବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details