ଓଡିଶା

odisha

ETV Bharat / city

Agnipath Scheme : ଯୋଜନାକୁ ସକରାତ୍ମକ ଭାବେ ଦେଖିବା ଉଚିତ୍ କହିଲେ ଅପରାଜିତା ଷଡଙ୍ଗୀ - ଯୋଜନାକୁ ସକରାତ୍ମକ ଭାବେ ଦେଖିବା ଉଚ୍ଚିତ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ରଖିଲେ ବିଜେପି ଜାତୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ଅପରାଜିତା ଷଡଙ୍ଗୀ
ଅପରାଜିତା ଷଡଙ୍ଗୀ

By

Published : Jun 18, 2022, 8:50 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ରଖିଲେ ବିଜେପି ଜାତୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଯୋଜନକୁ ସକରାତ୍ମକ ଭାବେ ଦେଖିବା ଉଚ୍ଚିତ: ଅପରାଜିତା ଷଡଙ୍ଗୀ

ଅପରାଜିତା କହିଛନ୍ତି ଦେଶରେ ଦୁଇ ପ୍ରକାର ଲୋକ ଅଛନ୍ତି, କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଯୋଜନାକୁ ବୁଝି ନାହାନ୍ତି । ଆମକୁ ସେମାନଙ୍କୁ ବୁଝେଇବାକୁ ପଡିବ । ଏହା ସାମୂହିକ ଦାୟିତ୍ୱ ଉଭୟ ଶାସକ ଏବଂ ବିପକ୍ଷ ଦଳର ମଧ୍ୟ ଦାୟିତ୍ୱ । ଯାହା ଚାଲିଛି । ଆଉ ଗୋଟେ ବର୍ଗ ଅଛନ୍ତି ଯେଉଁମାନେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ସେମାନଙ୍କର ଫ୍ୟାସନ ।

ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ କ୍ରିୟା ଉପରେ ନକାରାତ୍ମକ ପ୍ରତିକ୍ରିୟା ଦେବା କିଛି ବିରୋଧୀଙ୍କ ଅଭ୍ୟାସ ହୋଇଯାଇଛି । ଯାହା ଦେଶ ହିତରେ କାମ ହେଉଛି ତାକୁ ସମର୍ଥନ କରିବା କଥା । ଆମେ ସମସ୍ତେ ସକାରାତ୍ମକ ଦୃଷ୍ଟିରୁ ଏହି ଯୋଜନାକୁ ଦେଖିବା । ଅଗ୍ନିବୀର ମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଦେବା ଉଚିତ୍ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି ଓଡିଶାରେ ମଧ୍ୟ ପୋଲିସ ନିଯୁକ୍ତି ସମୟରେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବା କଥା ବୋଲି କହିଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details