ଓଡିଶା

odisha

President Poll: ସମସ୍ତ ଦଳ ସହମତି ଭିତ୍ତିରେ ପ୍ରାର୍ଥୀ ଦେଲେ ଗଣତନ୍ତ୍ର ପାଇଁ ଶୁଭଙ୍କର

By

Published : Jun 16, 2022, 6:44 PM IST

ଆସନ୍ତା ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅଧିକ ପଢନ୍ତୁ

President Poll
President Poll

ଭୁବନେଶ୍ବର: ଆସନ୍ତା ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ସମସ୍ତ ଦଳ ସହମତି ଭିତ୍ତିରେ ପ୍ରାର୍ଥୀ ଦେଲେ ଗଣତନ୍ତ୍ର ପାଇଁ ଶୁଭଙ୍କର

ଏହାକୁ ନେଇ ରାଜ୍ୟ ବିଜେପି କହିଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ହେବା ଅନୁଚିତ। ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ପ୍ରୟାସ କରୁଛି। ଏଥିପାଇଁ ରାଜନାଥ ସିଂ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କ ସହ ଆଲୋଚନା କରୁଛନ୍ତି । ଯଦି ରାଷ୍ଟ୍ରପତି ନିରପେକ୍ଷ ବୋଲି ରାଜନୈତିକ ଦଳ କହୁଛନ୍ତି, ତାହାହେଲେ ନିର୍ବାଚନ ପାଇଁ ପ୍ରୟାସ କରୁଛନ୍ତି କାହିଁକି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ପୃଥ୍ବୀରାଜ କହିଛନ୍ତି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସର୍ବସମ୍ମତ କ୍ରମେ ଜଣେ ଯୋଗ୍ୟ ଲୋକଙ୍କୁ ଚୟନ କରିବା ପାଇଁ ବିଜେପି ବିଭିନ୍ନ ସମୟରେ ଉଦ୍ୟମ କରିଛି । ଚଳିତ ଥର ମଧ୍ୟ ସେହିଭଳି ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ଯଦି କିଏ ସମାଲୋଚନା କରିବ ତାହା ବାଚଳାମି କେବଳ ବୋଲି ସେ କହିଛନ୍ତି ।

ସେହିପରି ବିଜୁ ଜନତା ଦଳ ରାଷ୍ଟ୍ରପତି ନିର୍ବାଚନ ନେଇ କଣ କରିବ କାହାକୁ ସମର୍ଥନ କରିବ ତାହା ବିଜେଡି ନିଷ୍ପତ୍ତି ନେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details