ଓଡିଶା

odisha

ETV Bharat / city

ଅଜଣା ମୃତଦେହର ସାଥୀ ମଧୁସ୍ମିତା, ରେଳଧାରଣାରୁ ଇଠାଇ କରନ୍ତି ଅନ୍ତ୍ୟେଷ୍ଟି କ୍ରିୟା - unknow dead body from railway track

ମଣିଷ ମରିଗଲେ ଶବ ପାଲଟିଯାଏ । ସେ ନିଜ ପରିବାର ଲୋକଙ୍କ ପାଇଁ ବି ଅଛୁଆଁ ହୋଇଯାଏ। କିନ୍ତୁ ଆମ ସମାଜରେ ଏମିତି ବି ମଣିଷ ଅଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ନିଜ ହାତରେ ଉଠାଇବା ସହ ତାକୁ ମଶାଣିକୁ ନେଇ ଦାହ ମଧ୍ୟ କରନ୍ତି । ଏପରି ଜଣେ ମହିଳାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି । ଶୁଣନ୍ତୁ କଣ କହୁଛନ୍ତି ସେ ।

ଅଜଣା ମୃତଶରୀର ଦାହକ୍ରିୟା କରନ୍ତି ମଧୁସ୍ମିତା
ଅଜଣା ମୃତଶରୀର ଦାହକ୍ରିୟା କରନ୍ତି ମଧୁସ୍ମିତା

By

Published : Mar 9, 2020, 10:12 AM IST

Updated : Mar 9, 2020, 4:09 PM IST

ଭୁବନେଶ୍ବର: ମଣିଷ ମରିଗଲେ ଶବ ପାଲଟିଯାଏ । ସେ ନିଜ ପରିବାର ଲୋକଙ୍କ ପାଇଁ ବି ଅଛୁଆଁ ହୋଇଯାଏ। ତା ପାଖକୁ ସାଧାରଣ ଲୋକ ଯିବାକୁ ଘୃଣା କରିବା ସହ ଭୟ ମଧ୍ୟ କରନ୍ତି। କିନ୍ତୁ ଆମ ସମାଜରେ ଏମିତି ବି ମଣିଷ ଅଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ନିଜ ହାତରେ ଉଠାଇବା ସହ ତାକୁ ମଶାଣିକୁ ନେଇ ଦାହ ମଧ୍ୟ କରନ୍ତି ।

ଉଦାହରଣୀୟ ନାରୀଟିଏ : ଅଜଣା ମୃତଶରୀର ଦାହକ୍ରିୟା କରନ୍ତି ମଧୁସ୍ମିତା

ଏପରି ଜଣେ ମଣିଷ ହେଉଛନ୍ତି ମଧୁସ୍ମିତା ପୃଷ୍ଟି । ରୁହନ୍ତି ଭୁବନେଶ୍ବରରେ । ମହିଳା ହୋଇ ମଧ୍ୟ ସେ ଏପରି ସେବା କରିବାକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପ୍ରଦୀପ ସେବା ଟ୍ରଷ୍ଟ ସାହାଯ୍ୟରେ ଦୀର୍ଘ ଏକ ବର୍ଷ ହେଲା ଏଭଳି କାର୍ଯ୍ୟ ଜାରି ରଖିଛନ୍ତି। ଆଉ ଖାସ ଏଥିପାଇଁ ସେ ଏହି ଟ୍ରଷ୍ଟର ମୁଖ୍ୟ ପ୍ରଦୀପଙ୍କୁ ପ୍ରେମ ବିବାହ ମଧ୍ୟ କରିଛନ୍ତି। ଯିଏକି 10 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି କାର୍ଯ୍ୟ ଜାରି ରଖିଛନ୍ତି।

ଉଦାହରଣୀୟ ନାରୀଟିଏ : ଅଜଣା ମୃତଶରୀର ଦାହକ୍ରିୟା କରନ୍ତି ମଧୁସ୍ମିତା

କୌଣସି ସ୍ଥାନରେ ଟ୍ରେନ ଦୁର୍ଘଟଣା ହୋଇଥିବାର ଖବର ପାଇବା ମାତ୍ରେ ସେ ନିଜେ ଗାଡି ଚଲାଇ ଧାଇଁଯାନ୍ତି ଘଟଣାସ୍ଥଳକୁ । ସେଠାରେ ପହଞ୍ଚି ସମସ୍ତ କାର୍ଯ୍ୟ ନିଜ ହାତରେ କରନ୍ତି । ଏପରି ଜଣେ ନାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଲକ୍ଷ୍ମୀକାନ୍ତ ଦାସ । ତେବେ ଶୁଣନ୍ତୁ କଣ କହୁଛନ୍ତି ସେ ।

Last Updated : Mar 9, 2020, 4:09 PM IST

ABOUT THE AUTHOR

...view details