ଓଡିଶା

odisha

ETV Bharat / city

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ: ‘ସମାଜରେ ନରହୁ ଲିଙ୍ଗଗତ ପ୍ରଭେଦ’

ନାରୀ ଆଜି ଅବଳା କିମ୍ବା ଦୁର୍ବଳା ନୁହଁନ୍ତି । ନାରୀ ଆଜି ଦେଶର ବିଭିନ୍ନ ବଡ ପଦ ପଦବୀରେ ରହିବା ସହ ଆକାଶରେ ଲଢ଼ୁଆ ବିମାନ ମଧ୍ୟ ଉଡାଉଛି । ମାତ୍ର ଆଜିର ଦିନରେ ସମାଜରେ ଏବେବି ଲିଙ୍ଗଗତ ବୈଷମ୍ୟ ଚାଲୁରହିଛି ବୋଲି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ରାଜନୈତିକ ପରାମର୍ଶଦାତା ଅଜିତା ମେନନ ।

By

Published : Oct 11, 2019, 7:21 PM IST

Updated : Oct 13, 2019, 8:05 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର:ଲିଙ୍ଗଗତ ପ୍ରଭେଦ ସମାଜରେ ନରହୁ ଏବଂ ନାରୀର ଭୂମିକା ଗୁରୁତ୍ବ ବହନ କରୁ । ସେଥିପାଇଁ ଅନ୍ତ୍ରର୍ଜାତୀୟ ଶିଶୁ କନ୍ୟା ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବ୍ରିଟିଶ ହାଇ କମିଶନ ଓ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକର ମିଳିତ ସହଯୋଗରେ ପାଳନ ହୋଇଛି । ଏହି ଅବସରରେ 'ଲିଙ୍ଗଗତ ସମାନତା ଭାରତର ବିକାଶରେ ସହାୟକ ହେବ' ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ 6ଟି ସ୍କୁଲର ୬ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସମାଜରେ ନରହୁ ଲିଙ୍ଗଗତ ପ୍ରଭେଦ


ବର୍ତ୍ତମାନ ସମୟରେ ନାରୀ ଓ ପୁରୁଷ ସବୁ ସମାନ । ନାରୀ ଆଜି ଅବଳା,ଦୁର୍ବଳା ନୁହଁନ୍ତି । ନାରୀ ଦେଶର ବିଭିନ୍ନ ବଡ ବଡ ପଦପଦବୀରେ ରହୁଥିବା ବେଳେ ଆକାଶରେ ଲଢ଼ୁଆ ବିମାନ ମଧ୍ୟ ଉଡାଉଛି । ମାତ୍ର ଆଜିର ଦିନରେ ସମାଜରେ ଏବେବି ଲିଙ୍ଗଗତ ବୈଷମ୍ୟ ଚାଲୁରହିଛି । ଯାହାଦ୍ବାରା କନ୍ୟା ସନ୍ତାନଟିଏ ପାଇଲେ ବାପା ମା’ ମାନେ ତାକୁ ଆଦରରେ ଗ୍ରହଣ କରିବା ବଦଳରେ ମନଉଣା କରୁଛନ୍ତି । ଅନେକ ସମୟରେ ନବଜାତ କନ୍ୟା ଅଳିଆ ଗଦାରେ ମିଳୁଛି ତ କେଉଁଠି କନ୍ୟାଭୃଣ ହତ୍ୟା କରାଯାଉଛି । ସମାଜରେ ଏ ସବୁ ରୋକିବା ପାଇଁ ଶୁକ୍ରବାର ଭୁବନେଶ୍ବରରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି ।

ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ରାଜନୈତିକ ପରାମର୍ଶଦାତା ଅଜିତା ମେନନ ଯୋଗ ଦେଇ ସମାଜରେ ଲିଙ୍ଗଗତ ବୈଷମ୍ୟ ଉପରେ ଆଲୋକପାତ କରିଛନ୍ତି । ଲିଙ୍ଗଗତ ସମାନତା ଦେଶର ବିକାଶରେ ସହାୟକ ହୋଇପାରିବ,ଏହା ସହିତ କନ୍ୟା ସନ୍ତାନକୁ ସମାଜରେ ଅଗ୍ରାଧିକାର ଦେବା ସହ ସେମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି ମେନନ୍ କହିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ଭୁବନେଶ୍ବରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଭୁବନେଶ୍ବରର ୧୦ଟି ସ୍କୁଲର ୧୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ବିଜେଇଏମ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ରୀ ତମନ୍ନା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଆମ ସମାଜରେ ନାରୀର ଭୂମିକା ସବୁବେଳେ ରହିଛି । ଲିଙ୍ଗଗତ ସମାନତା ରହିବା ଆବଶ୍ୟକ । ଆଜି ଏ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି ତମନ୍ନା ମହାପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ମ୍ୟୁନିସିପାଲ କର୍ପୋରେସନର କମିଶନର ଅନନ୍ୟା ଦାସ, ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଯୋଗ ଦେଇ ନାରୀଙ୍କ ଭୂମିକା ଉପରେ ନିଜ ନିଜର ମତାମତ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 13, 2019, 8:05 PM IST

ABOUT THE AUTHOR

...view details