ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ଗୀତ ଧୂନରେ ପ୍ରକମ୍ପିତ ହେଲା ଏକଲବ୍ୟ ନୃତ୍ୟ ମହୋତ୍ସବ

ବିଶ୍ବ ନୃତ୍ୟ ଦିବସ ଅବସରରେ ୧୨ତମ ଏକଲବ୍ୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାସ୍ୟକଳା ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ କରାଯାଇଥିଲା । ଗୁରୁ ଶିଷ୍ୟର ପରମ୍ପରାକୁ ନେଇ ଏକଲବ୍ୟ କଥା ଗଳ୍ପରୁ ନୃତ୍ୟ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

By

Published : Apr 30, 2022, 10:42 AM IST

ବିଶ୍ବ ନୃତ୍ୟ ଦିବସ : ଶ୍ରୀମନ୍ଦିର ଗୀତ ଧୂନରେ ଝୁମିଲେ ଏକଲବ୍ୟ ନୃତ୍ୟ ମହୋତ୍ସବର କଳାକାର
ବିଶ୍ବ ନୃତ୍ୟ ଦିବସ : ଶ୍ରୀମନ୍ଦିର ଗୀତ ଧୂନରେ ଝୁମିଲେ ଏକଲବ୍ୟ ନୃତ୍ୟ ମହୋତ୍ସବର କଳାକାର

ଭୁବନେଶ୍ବର:ବିଶ୍ବ ନୃତ୍ୟ ଦିବସ ଅବସରରେ ୧୨ତମ ଏକଲବ୍ୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାସ୍ୟକଳା ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ କରାଯାଇଥିଲା । ଗୁରୁ ଶିଷ୍ୟର ପରମ୍ପରାକୁ ନେଇ ଏକଲବ୍ୟ କଥା ଗଳ୍ପରୁ ନୃତ୍ୟ ଆରମ୍ଭ ହୋଇଥିଲା ।

ବିଶ୍ବ ନୃତ୍ୟ ଦିବସ : ଶ୍ରୀମନ୍ଦିର ଗୀତ ଧୂନରେ ଝୁମିଲେ ଏକଲବ୍ୟ ନୃତ୍ୟ ମହୋତ୍ସବର କଳାକାର

ଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପଦ୍ମଶ୍ରୀ ଓଡିଶୀ ନୃତ୍ୟଶିଳ୍ପୀ ଏଲିଆନା ସୀତାରିଷ୍ଟ(Padma Shri Ileana Citaristi), ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ନୃତ୍ୟ ଗୁରୁ ଶରତ କୁମାର ଦାସ ଓ ସୁହାଗ ନଳିନୀ ଦାସ ପ୍ରମୁଖ ଯୋଗଦେଇଥିଲେ । ନୃତ୍ୟଗୁରୁ ଶାଶ୍ବତ ଯୋଶୀଙ୍କ ଦ୍ବାରା ଏହି ମହୋତ୍ସବ ଆୟୋଜନ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ସୋନାଲିକା ପାଢୀ ପୁରୋହିତ, ସ୍ରିନିକା ପାଢୀ ପୁରୋହିତଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ମହୋତ୍ସବରେ ସବୁଠାରୁ ଆକର୍ଷଣୀୟ ଥିଲା ୧୨ତମ ଦିବସକୁ ନେଇ ଯୁଗଳବନ୍ଦୀରେ ୧୨ ଟି ଗୀତରେ ନୃତ୍ୟ କରିଥିଲେ ୨୪ ନୃତ୍ୟଶିଳ୍ପୀ । ଗୁରୁ ଶିଷ୍ୟର ପରମ୍ପରା ଓ କୋରୋନା କାଳର ଅନେକ ପରିସ୍ଥିତିକୁ ନେଇ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ। ଏହା ଉପସ୍ଥିତ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ବିଶ୍ବ ନୃତ୍ୟ ଦିବସରେ ଏଭଳି ଏକ କାର୍ଯ୍ୟକ୍ରମ ଓଡିଶାର କଳା ସଂସ୍କୃତି ଓ ଓଡିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବା ସହ ଲୁକ୍କାୟିତ ପ୍ରତିଭାକୁ ଏକ ସୁଯୋଗ ଦେବ ବୋଲି ପ୍ରତିକ୍ରିୟା ରଖିଥିଲେ ଉପସ୍ଥିତ ଅତିଥି । ଶ୍ରୀମନ୍ଦିର ଗୀତ ଧୂନରେ ନାଚି ଉଠିଥିଲେ କଳାକାର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details