ଓଡିଶା

odisha

ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ମେଡିକାଲରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ - ମେଡିକାଲ କଲେଜ

ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କ୍ୟାପିଟାଲ ହସପିଟାଲରୁ ଏହି ସେବାର ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 9, 2019, 2:22 PM IST


ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କ୍ୟାପିଟାଲ ହସପିଟାଲରୁ ଏହି ସେବାର ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ହସପିଟାଲରେ ରୋଗୀଙ୍କୁ ଉପଲବ୍ଧ ସେବା ସମ୍ପର୍କରେ ସୂଚନା ଯୋଗାଇ ଦିଆଯିବ ।

ପ୍ରତ୍ୟେକ ଦିନ କେଉଁ ସେବା ଯୋଗାଇ ଦିଆଯିବ, ସେ ନେଇ ସୂଚନା ଦିଆଯିବ । ଉପସ୍ଥିତ ରହିଥିବା ଡାକ୍ତର ଓ ଡାକ୍ତରଙ୍କ ନମ୍ବର ଡିସପ୍ଲେରେ ସୂଚନା ଦିଆଯିବ। ଷ୍ଟକ ମେଡିସିନ ଓ ବ୍ଲଡ଼ ବ୍ୟାଙ୍କରେ ଉପଲବ୍ଧ ବ୍ଲଡ଼ର ସୂଚନା ଦିଆଯିବ । ଏହା ସହ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଡିସପ୍ଲେ ଏଲଇଡି ସେବା ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେଉଁ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସୂଚନା ଦିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି । ଯାହା ଦ୍ବାରା ରୋଗୀ ବେଶ ଉପକୃତ ହୋଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details