ଭୁବନେଶ୍ବର:ପ୍ରଥମେ ରେଡ ଜୋନ୍ ପରେ ଗ୍ରୀନ ଆଉ ଏବେ ହ୍ବାଇଟ । ଦ୍ବିତୀୟ ଲହରରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଆଶ୍ବସ୍ତିକର ଖବର । ଛତିଶଗଡ ସୀମାନ୍ତ ଦୁଇ ଜିଲ୍ଲାରେ ଜିରୋ ପ୍ରତିଶତ ରହିଛି ଟିପିଆର(TPR)। ରାଜ୍ୟରେ ପ୍ରଥର ଥର ପାଇଁ କୋରୋନା ସଂକ୍ରମଣ 1637କୁ ଖସିଛି। ଜିଲ୍ଲାବାସୀଙ୍କ ପାଇଁ ଆଶ୍ବସ୍ତିକର କଥା ହେଉଛି ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଟିପିଆର ଶୂନ ପ୍ରତିଶତକୁ ଖସିଆସିଛି । ଆଉ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ଟିପିଆର ଏବେ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ନେଇ ତୃତୀୟ ଲହର ଏତେ ଶୀଘ୍ର ଆସି ନ ପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ରଖିଛି ।
ସୋମବାର ରାଜ୍ୟ ରେ କୋରୋନା ସଂକ୍ରମଣ ଖସି 1637ରେ ପହଞ୍ଚିଛି । ସେପଟେ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ସଂକ୍ରମଣ ଖୁବ ଶୀଘ୍ର କମିବ ବୋଲି ଆଶା କରାଯାଉଛି । ଯଦିଓ ତୃତୀୟ ଲହରକୁ ନେଇ ସଚେତନ ରହିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।