ଓଡିଶା

odisha

ETV Bharat / city

ପରେଡ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ: ବିଜେପି ଉପରେ ବର୍ଷିଲା ବିଜେଡି - ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପରେଡ ସ୍ଥାନ ପରିବର୍ତ୍ତନ ନେଇ ବିଜେପିର ବିରୋଧ । ଏହି ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 11, 2019, 2:49 AM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପରିବର୍ତ୍ତନ ହୋଇଛି ପରେଡ ସ୍ଥାନ । ପରେଡ କ୍ଷେତ୍ରରେ ଲାଗୁ କରାଯାଇଛି ରାଷ୍ଟ୍ରୀୟ ମଡେଲ । ପରେଡର ସ୍ଥାନ ପରିବର୍ତ୍ତନକୁ ନେଇ ବିଜେଡି ଏହାକୁ ସମର୍ଥନ କରୁଥିବା ବେଳେ ବିଜେପି ବିରୋଧ କରିଛି । ଏବେ ଏହି ପ୍ରସଙ୍ଗକୁ ନେଇ ବିଜେଡିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ବିଜେପି ଉପରେ ବର୍ଷିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀରେ ରାଜ୍ୟସ୍ତରୀୟ ପରେଡ ହେବ ନାହିଁ । କେବଳ ରାଷ୍ଟ୍ରୀୟ ସାଲ୍ୟୁଟ କରାଯିବ । ଗତ ବର୍ଷ ଗାନ୍ଧୀମାର୍ଗଠାରେ ଆଡମ୍ବରରେ ପରେଡ କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ୟୁନିଟ 3 ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ସ୍ବାଧୀନତା ଦିବସ ପରେଡ । ତେବେ ଏଥର ପରେଡ ସ୍ଥାନ ପରିବର୍ତ୍ତନକୁ ବିଜେପି ବିରୋଧ କରିଛି ।

ବିଜେପି ନେତା ପୃଥ୍ୱୀରାଜଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ତତ୍ସଲ୍ୟ କରିବା ସହିତ ରାଷ୍ଟ୍ରୀୟ ମଡେଲ ଉପରେ ଜ୍ଞାନ ନିଅନ୍ତୁ ବୋଲି କହିଛନ୍ତି । ବିଜେପି ଏହି ରାଜନୀତିକୁ ନ ଓହ୍ଲାଇବା ସହିତ ମହାତ୍ମା ଗାନ୍ଧୀଙ୍କର ଅହିଂସା ଚିନ୍ତାଧାରାକୁ ନେଇ ଦସ୍ତଖତ ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ସସ୍ମିତ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details