ଓଡିଶା

odisha

By

Published : Apr 22, 2021, 1:06 PM IST

ETV Bharat / city

ମହାମାରୀ ବିରୋଧରେ ମହାଲଢେଇ, ରେଳବାଇ ଆରମ୍ଭ କଲା ରୋ-ରୋ ସେବା

ଦେଶର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଆରମ୍ଭ କରିଛି ରୋ-ରୋ ସେବା । ଅଧିକ ପଢନ୍ତୁ...

ଭାରତୀୟ ରେଳବାଇର ମହାମାରୀ ବିରୋଧରେ ଲଢେଇ, ଆରମ୍ଭ କଲା ଅକ୍ସିଜେନ ପରିବହନ
ଭାରତୀୟ ରେଳବାଇର ମହାମାରୀ ବିରୋଧରେ ଲଢେଇ, ଆରମ୍ଭ କଲା ଅକ୍ସିଜେନ ପରିବହନ

ଭୁବନେଶ୍ବର:ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆବଶ୍ୟକ ହେଉଛି ମେଡିକାଲ ଅକ୍ସିଜେନ । ତେବେ ଏହି ବିପଦ ସମୟରେ ଅକ୍ସିଜେନର ଅଭାବ ଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋାଗାଉଛନ୍ତି । ଏହି ମହାମାରୀର ଲଢେଇରେ ସାମିଲ ହୋଇଛି ଭାରତୀୟ ରେଳବାଇ । ଇସ୍ପାତ କାରଖାନାରୁ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବା ପାଇଁ ଆରମ୍ଭ କରିଛି ରୋ-ରୋ ସେବା ।

ଭାରତୀୟ ରେଳବାଇର ମହାମାରୀ ବିରୋଧରେ ଲଢେଇ, ଆରମ୍ଭ କଲା ଅକ୍ସିଜେନ ପରିବହନ

ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅକ୍ସିଜେନ ଏକ୍ସପ୍ରେସ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ୍ ଶେଡ୍ରୁ ଆସିଥିବା ସାତଟି ଖାଲି ଟାଙ୍କର୍ ପୂର୍ବତଟ ରେଳପଥରେ ରହିଛି । ଏହା ଗୁରୁବାର ସକାଳେ ବିଶାଖାପାଟନମ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି । ଏଥିରେ ଆସିଥିବା ଖାଲି ଟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ (LMO) ଭରଣ କରାଯିବ । ପ୍ରତ୍ୟେକ ଟାଙ୍କରରେ ପ୍ରାୟ 15 ଟନ୍ LMO ଲୋଡ୍ ହେବ । ଏହା ପରେ ମହାରାଷ୍ଟ୍ର ଆଡକୁ ଗତି କରିବ ବୋଲି ଜଣାପଡିଛି ।

ଗତ ବର୍ଷ ଲକଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଅତ୍ୟାବଶକୀୟ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ଜାରି ରଖିଥିଲା । ଚଳିତ ବର୍ଷ ଅକ୍ସିଜେନ୍ ଏକ୍ସପ୍ରେସ ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହିତ ରୋଗୀ ଏବଂ ବିଭିନ୍ନ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇବାରେ ସାହାଯ୍ୟ କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details