ଓଡିଶା

odisha

ETV Bharat / city

ଭାରତର ପ୍ରଥମ ମହିଳା ବାଣିଜ୍ୟ ମେଳା ୨୦୨୨ ଉଦଘାଟିତ

ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଆନୁକୂଲ୍ୟରେ ଭାରତର ପ୍ରଥମ ମହିଳା ବାଣିଜ୍ୟମେଳା ଭୁବନେଶ୍ବରରେ ଉଦଘାଟିତ । ଅଧିକ ପଢନ୍ତୁ

By

Published : May 4, 2022, 11:01 PM IST

Updated : May 5, 2022, 11:27 AM IST

ଭାରତର ପ୍ରଥମ ମହିଳା ବାଣିଜ୍ୟ ମେଳା ୨୦୨୨ ଉଦଘାଟିତ
ଭାରତର ପ୍ରଥମ ମହିଳା ବାଣିଜ୍ୟ ମେଳା ୨୦୨୨ ଉଦଘାଟିତ

ଭୁବନେଶ୍ବର: ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ଭର୍ଚୁଆଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତିି । ଏହାସହ ମହିଳାଙ୍କୁ ଉଦବୋଧନ ଦେଇ ୧୦୦ ରୁ ୫୦୦ ସଦସ୍ୟ ଯାତ୍ରାର ଆହ୍ବାନ ଦେଇଛନ୍ତି ।

ଭାରତର ପ୍ରଥମ ମହିଳା ବାଣିଜ୍ୟ ମେଳା ୨୦୨୨ ଉଦଘାଟିତ

ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଆଇଡ଼ବ୍ଲ୍ୟୁଇସି ନିଜର ୧୦୦ ରୁ ଅଧିକ ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ସାଧୁବାଦ ଜଣାଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଜେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ-ଓଡ଼ିଶାର ସହ-ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲ୍‌ର ଉଦ୍ୟୋକ୍ତା ସୁକିର୍ତ୍ତି ପଟ୍ଟନାୟକ ଏବଂ ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ଼୍ ଅଭିନେତ୍ରୀ ଲାରା ଦତ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଶୋଭା ବର୍ଦ୍ଧନ କରିଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଓଡ଼ିଶା ସରକାରଙ୍କ ନାନା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୁକୀର୍ତ୍ତୀ ପଟ୍ଟନାୟକ ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା ପରି ଆଇ.ଡ଼ବ୍ଲୁ.ଇ.ସି ର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଓଡ଼ିଶା ମହିଳା ଉଦ୍ୟୋଗୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ମେଳା ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ହୋଇ ଥିବାବେଳେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଦ୍ୱାରା ସମନ୍ୱିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି ।

ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ, ପିଲାଙ୍କ ଖେଳ, ସେଲ୍ଫି, ଜୋନ୍‌, ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଓଲିଉଡ଼ ସନ୍ଧ୍ୟା, ଫ୍ୟାସନ୍ ଶୋ ଆଇ.ଡ଼ବ୍ଲୁ.ଇ.ସି ଆୱାର୍ଡ଼ ଏବଂ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ପ୍ରତିଦିନ ବ୍ୟାବସାୟ ଭିତ୍ତିକ ସେମିନାର୍ ମଧ୍ୟ ଆୟୋଜିତ ହେବ ଯାହା ମହିଳା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ସୂଚନାଦାୟୀ ତଥା ଉପଯୋଗୀ ହୋଇପାରିବ । ବଲିଉଡ଼୍ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରେରଣାଦାୟୀ ବକ୍ତା ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ ଲ୍ରୁ୍ୟକ୍ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମିର ପୁରୋହିତ ଆଦି ଯୋଗଦେଇ ନିଜର ମତାମତ ରଖିବେ ।

ଏହି ମେଳା ଓଡ଼ିଶା ସରକାର, ଏମ୍‌.ଏସ୍‌.ଏମ୍‌.ଇ-ଡ଼ି.ଆଇ କଟକ ଏବଂ ଅନ୍ୟାନ୍ୟ ବ୍ୟବସାୟୀ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମେଳାରେ ଏକ ସ୍ୱତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ପାଦ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହେବା ସହ ଆଦିବାସୀ ଜନଜାତି ମଧ୍ୟ ଉକ୍ତ ଉତ୍ସବରେ ନିଜ ଉତ୍ପାଦ ପ୍ରଦର୍ଶନ କରି ବ୍ୟାବସାୟ ଅଭିବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି ।

ଏହି ମେଳା ୪ ମେ ୨୦୨୨ ରୁ ୮ ମେ ୨୦୨୨ ଯାଏଁ ଚାଲିବ । ଏଥିରେ ଥିବା ସମସ୍ତ ଷ୍ଟଲ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ କରାଯାଇଛି । ଫାଲକନ୍ ଗ୍ରୁପ୍‌, ମିଶନ ଶକ୍ତି ଓ ଜ୍ୟୋତି ମୋଟର୍ସ ଉକ୍ତ ଉତ୍ସବରେ ଆୟୋଜକ ମାନଙ୍କ ପ୍ରତି ନିଜର ସହଯୋଗ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 5, 2022, 11:27 AM IST

ABOUT THE AUTHOR

...view details