ଭୁବନେଶ୍ବର: ରାଜ୍ୟସଭାରେ ବିଜେଡି ପୁଣି ଉଠାଇଛି ଚାଉଳ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । ହେଲେ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ସସ୍ମିତ ।
ରାଜ୍ୟସଭାରେ ବିଜେଡି ଉଠେଇଲା ବଳକା ଚାଉଳ ପ୍ରସଙ୍ଗ
ରାଜ୍ୟସଭାରେ ବିଜେଡି ପୁଣି ଉଠାଇଛି ଚାଉଳ ପ୍ରସଙ୍ଗ । ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...
ଓଡିଆରେ ଅଭିଭାଷଣ ଦେଇ ସସ୍ମିତ କହିଛନ୍ତି, ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ହେଉଛି ଓଡିଶା । ଦେଶର ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା, କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ । ରାଜ୍ୟରେ ପ୍ରାୟ ୩୦ ଲକ୍ଷ ମେଟ୍ରିକ ଟନ ଚାଉଳ ଏବେ ବଳକା ରହିଥିବା ଦାବି ଉଠାଇଛନ୍ତି ପାତ୍ର ।
ସେହିପରି ଧାନକିଣା ସବ୍ସିଡି ବାବଦକୁ ୫ ହଜାର ୬୧୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ପଡ଼ିଛି । ଏବେ ପର୍ଯ୍ୟନ୍ତ ରାଜ୍ୟକୁ ଏ ବାବଦରେ ପ୍ରାପ୍ୟ ମିଳିପାରିନାହିଁ । କେନ୍ଦ୍ର ସରକାରଙ୍କ ତୁରନ୍ତ ବଳକା ଚାଉଳ ଉଠାଇବା ସହ ବାକି ପଡ଼ିଥିବା ସବ୍ସିଡି ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି ସସ୍ମିତ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ