ଭୁବନେଶ୍ବର: ଓଡ଼ିଶାରେ ବିଜେଡି ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଛି। ଦଳ ଓ ସରକାର ଉଭୟଙ୍କ ପାଇଁ ଏହି ବର୍ଷ ଅନେକ ଚ୍ୟାଲେଞ୍ଜ ଆଣିଛି। ତେବେ ସବୁଠୁ ବଡ଼ କଥା ହେଉଛି ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଅଧିକ ଶାଣିତ କରିଛନ୍ତି ଓଡ଼ିଆ ସାଂସଦ। ବିଜେଡି ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗ ଉଠାଇ ବେଶ ଚର୍ଚ୍ଚାର ପରିସରକୁ ଆସିଛି।
ପଞ୍ଚମ ପାଳିର ପ୍ରଥମ ବର୍ଷ, ସଂସଦରେ ଶାଣିତ ହୋଇଛି ବିଜେଡି ସ୍ୱର
ରାଜ୍ୟରେ ବିଜେଡି ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଛି। ଦଳ ଓ ସରକାର ଉଭୟଙ୍କ ପାଇଁ ଏହି ବର୍ଷ ଅନେକ ଚ୍ୟାଲେଞ୍ଜ ଆଣିଛି। ଅଧିକ ପଢନ୍ତୁ..
In the first year of the fifth term, the BJP's voice has been sharpened in Parliament
ଯେଉଁଠି ଓଡ଼ିଶାର ସ୍ୱାର୍ଥ କଥା ଆସିଛି ସେଠାରେ ସୁଯୋଗ ହାତଛଡା ନକରି ସମସ୍ତେ ଏକ ସ୍ୱରରେ ବାହାରିଛନ୍ତି। ଅନେକ ସମୟରେ ସାଥି ସାଂସଦଙ୍କୁ ସାଥିରେ ନେଇ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଏହି ବର୍ଷକ ମଧ୍ୟରେ ବିଜେଡି ସାଂସଦ ନିଜର ଦବଦବା ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ସାଂସଦ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ