ଓଡିଶା

odisha

ETV Bharat / city

ଡିସେମ୍ବର ସୁଦ୍ଧା ଓଡିଶାରେ ସରିବ ଟୀକାକରଣ ! - କୋଭିଡ ଟୀକାକରଣ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୨୦ ଲକ୍ଷ ଡୋଜ୍ ଦିଆଯାଇଛି । ଟିକା ଯୋଗାଣରେ ସମସ୍ୟା ନ ହେଲେ ଡିସେମ୍ବର ସୁଦ୍ଧା ରାଜ୍ୟରେ ଶେଷ ହେବ ଟୀକାକରଣ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଡିସେମ୍ବର ସୁଦ୍ଧା ଓଡିଶାରେ ସରିବ ଟୀକାକରଣ !
ଡିସେମ୍ବର ସୁଦ୍ଧା ଓଡିଶାରେ ସରିବ ଟୀକାକରଣ !

By

Published : Aug 31, 2021, 8:47 PM IST

ଭୁବନେଶ୍ବର: କୋଭିଡକୁ ମାତ୍ ଦେବାକୁ ରହିଛି ଦୁଇଟି ଅସ୍ତ୍ର । ପ୍ରଥମଟି ହେଉଛି କୋଭିଡ ନିୟମ ଅନୁପାଳନ ଏବଂ ଦ୍ବିତୀୟଟି ଟୀକାକରଣ । ସେଥିପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଜୋରଦାର କରାଯାଇଛି ଟୀକାକରଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୨୦ ଲକ୍ଷ ଡୋଜ୍ ଦିଆସରିଛି । ଡିସେମ୍ବର ସୁଦ୍ଧା ଓଡିଶାରେ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟକୁ ଟିକା ଯୋଗଣାରେ ସମସ୍ୟା ନ ହେଲେ ଆସନ୍ତା ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଡିସେମ୍ବର ସୁଦ୍ଧା ଓଡିଶାରେ ସରିବ ଟୀକାକରଣ !

ଏବେ ବି ରାଜ୍ୟରେ ଟୀକାକରଣ ଜାରି ରହିଛି । 54 ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି । 1 କୋଟି 66 ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ସେହିପରି 53 ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ଏଥିସହ ପ୍ରାୟ 1 ଲକ୍ଷ ଗର୍ଭବତୀଙ୍କ ଟୀକାକରଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 28 ଲକ୍ଷ 54 ହଜାର କୋଭିସିଲ୍ଡ ଟିକା ମହଜୁଦ ରହିଥିବାବେଳେ 4 ଲକ୍ଷ 54 ହଜାର କୋଭିକ୍ସିନ ଟିକା ରହିଛି । ପ୍ରାଥମିକ ଭାବରେ ଦ୍ବିତୀୟ ଡୋଜ ଦେବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ଶିକ୍ଷକଙ୍କ ଟୀକାକରଣ ଉପରେ ଗୁରୁତ୍ବାରୋପ କରାଯାଇଛି । ଏଣୁ କେତେ ଶିକ୍ଷକ ଟିକା ନେବେ ତାହାର ତଥ୍ୟ ଜିଲ୍ଲାଗୁଡିକୁ ମଗାଯାଇଛି । ତେବେ ସେପ୍ଟେମ୍ବର 5 ସୁଦ୍ଧା ଶିକ୍ଷକଙ୍କ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

ପ୍ରଥମ ଲହରରେ 8 ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇଥିବାବେଳେ ଦ୍ବିତୀୟ ଲହରର ଏହି ସଂକ୍ରମଣ ହାର 10 ପ୍ରତିଶତ ଥିଲା । ହେଲେ ରାଜ୍ୟରେ ଅଗଷ୍ଟ ଶେଷ ଆଡକୁ ଶିଶୁ ସଂକ୍ରମଣ ବଢିଛି । ଆଗକୁ ସଂକ୍ରମଣ ବଢିବା ନେଇ ମଧ୍ୟ ଆକଳନ କରାଯାଉଛି । ଏହାକୁ ମ୍ୟାନେଜ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଏହାବ୍ୟତୀତ ନୂଆ ଭ୍ୟାରିଏଣ୍ଟ ସି 1.2 ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଭାରତରେ ଏହି ଭ୍ୟାରିଏଣ୍ଟ ଚିହ୍ନଟ ହୋଇନାହିଁ । ତେବେ ଏହି ଭ୍ୟାରିଏଣ୍ଟ ଭ୍ୟାକ୍ସିନ ଦ୍ବାରା ସୃଷ୍ଟି ଆଣ୍ଟିବଡିକୁ ନଷ୍ଟ କରି ସଂକ୍ରମଣ କରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details