ଓଡିଶା

odisha

ETV Bharat / city

‘ଆସାମ ଭଳି ଓଡିଶାରେ ବି ଚିହ୍ନଟ ହୁଅନ୍ତୁ ବେଆଇନ ଶରଣାର୍ଥୀ’

ଆସାମ ଭଳି ଓଡିଶାରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ତାଲିକା ପ୍ରକାଶ କରିବାକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ଦେଇଛନ୍ତି ।

By

Published : Sep 1, 2019, 5:28 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସାମ ଭଳି ଓଡିଶାରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ତାଲିକା ପ୍ରକାଶ କରାଯାଉ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଯେଉଁଭଳି ଭାବେ ଶରଣାର୍ଥୀ ପ୍ରବେଶ କରୁଛନ୍ତି ସେମାନଙ୍କ ଚିହ୍ନଟ ହେବା ଉଚିତ୍ । ଖୋଦ ବିଜେଡି ସାଂସଦ ଏଭଳି ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ ବିତର୍କ ।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ କହିବାନୁଯାୟୀ, ସଂସଦରେ ଏସମ୍ପର୍କରେ ମୁଁ କଥା ରଖିଥିଲି । ଏନେଇ ଆଇନ ମଧ୍ୟ ରହିଛି । ରାଜ୍ୟ ସରକାର ଚାହିଁଲେ ଶରଣାର୍ଥୀଙ୍କୁ ଚିହ୍ନଟ କରି ତାଲିକା ପ୍ରକାଶ କରିପାରିବେ । ଅପରପକ୍ଷେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ଯଦି ଆସାମରେ ଏହି ଆଇନ ଲାଗୁ ହୋଇଛି ତାହେଲେ ଓଡିଶା ପାଇଁ ଲାଗୁ ହେଲେ ଭଲ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details