ଭୁବନେଶ୍ବର: ବଢିବ ଶୀତର ପ୍ରକୋପ । ସାରା ରାଜ୍ୟରେ ପ୍ରବାହିତ ହେବ ଉତ୍ତରା ପବନ । ଏଥିସହ ଆସନ୍ତା 26ରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହୁଥିବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାଶ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ 26 ଡିସେମ୍ବରରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ଗୁଡି଼କରେ ସ୍ବଳ୍ପ ବର୍ଷା ହେବ । 27 ତାରିଖ ବେଳକୁ ରାଜ୍ୟରେ ପାଗ ଶୁଖିଲା ରହିବ ।
ହାଡଭଙ୍ଗା ଶୀତରେ ଥରିବ ସାରା ରାଜ୍ୟ - Temperature to be fall
ରାଜ୍ୟରେ ପ୍ରବାହିତ ହେବ ଉତ୍ତରା ପବନ । ବଢିବ ଶୀତର ପ୍ରକୋପ । ଏଥିସହ କେତେକ ଅଞ୍ଚଳରେ ଆଶିଂକ ବର୍ଷା ହେବାର ସମ୍ଭାବନା ରହିଛି ।
ହାଡଭଙ୍ଗା ଶୀତରେ ଥରିବ ସାରା ରାଜ୍ୟ
ଉତ୍ତର ଦିଗରୁ ପବନ ଆସିବ ତେଣୁ ରାତି ସମୟରେ ତାପମାତ୍ରା 2ରୁ 3ଡିଗ୍ରୀକୁ ହ୍ରାସ ପାଇବ । ଗତ ୨୪ ଘଣ୍ଟାରେ ଅନୁଗୋଳରେ ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରି ଥିବାବେଳେ ସୋନପୁରରେ ସର୍ବାଧିକ ୨୯.୪ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ଗତକାଲି ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ