ଓଡିଶା

odisha

ETV Bharat / city

50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ

6 ମାସରେ 50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ପୁରସ୍କୃତ ହେବେ । ଅଧିକ ପଢନ୍ତୁ...

50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ
50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ

By

Published : Sep 9, 2021, 10:29 PM IST

ଭୁବନେଶ୍ବର: ଆଗାମୀ 6 ମାସରେ 50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ । ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ । 10 ଲକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ନେଇ ରହିଛି ଲକ୍ଷ୍ୟ । ଏଥିପାଇଁ ଜିଲ୍ଲାପାଳଙ୍କୁ ଶ୍ରେୟ ଦେଇଛନ୍ତି ପ୍ରମୁଖ ସଚିବ।

50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ
ମୋ ସ୍କୁଲ ଅଭିଯାନ ରାଜ୍ୟରେ 35 ହଜାର ବିଦ୍ୟାଳୟରେ ପହଞ୍ଚିଛି । 5 ଲକ୍ଷରୁ ସର୍ବ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନ ସହ ଯୋଡ଼ିହୋଇ ନିଜ ନିଜ ବିଦ୍ୟାଳୟରେ ଭାଗ ନେଇଛନ୍ତି । ଆଗାମୀ ଦିନରେ ଏହି ଅଭିଯାନକୁ ବ୍ୟାପକ କରିବା ସହ 50 ହଜାର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଆଗାମୀ 6 ମାସ ମଧ୍ୟରେ 10 ଲକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କୁ ଅଭିମାନରେ ଯୋଡ଼ିବା ପାଇଁ ପ୍ରୟାସ ଜାରି ରହିବ ।


ମୋ ସ୍କୁଲ ଅଭିଯାନର ଅଷ୍ଟମ ପରିଚାଳନା ପ୍ରତିଷଦ ବୈଠକରେ ଯୋଗଦେଇ ବାଗଚି କହିଛନ୍ତି ଯେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯିବ । କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ମଧ୍ୟରେ ମନିଟରିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 30ଟି ଜିଲ୍ଲାରେ ଏକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି । ଏହି ରୂପାନ୍ତରଣ ପ୍ରକ୍ରିୟାରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଅନ୍ତର୍ଭୂକ୍ତ କରିବାକୁ ମୋ ସ୍କୁଲ ପ୍ରୟାସ କରାଯାଇଛି ବୋଲି ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି ।

50 ହଜାର ବିଦ୍ୟାଳୟରେ ପହଞ୍ଚିବ 'ମୋ ସ୍କୁଲ୍, ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ହେବେ ପୁରସ୍କୃତ


ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ମାେ ସ୍କୁଲ୍‌ ଅଭିଯାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଖୁବଶୀଘ୍ର 'ମୋ ସ୍କୁଲ ପ୍ରକଳ୍ପ 1 ହଜାର କୋଟିରେ ପହଞ୍ଚିବ। ଏହାର ଭିତ୍ତିଭୂମି ବିକାଶ ସହ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦେବାକୁ ହେବ । ଅଧିକରୁ ଅଧିକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲକୁ ବଞ୍ଚାଇବାକୁ ପ୍ରମୁଖ ସଚିବ ଗୁରୁତ୍ୱ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details