ଓଡିଶା

odisha

ETV Bharat / city

4 ରୁ 5 ଦିନ ମଧ୍ୟରେ ସାରା ରାଜ୍ୟରେ ଶୀତ ଲହରୀ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

By

Published : Nov 4, 2020, 7:20 PM IST

ଜାଡ଼ରେ ଥରିବ ଓଡ଼ିଶା
ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ବର: ଆସନ୍ତା 4 ରୁ 5 ଦିନ ମଧ୍ୟରେ ରାଜ୍ୟକୁ ଫେରିବ ଶୀତ । ଫଳରେ ଶୀତ ଲହରୀ ପ୍ରଭାବରେ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୁତ ହେବ । ଆଗକୁ ରାତ୍ରିରେ ତାପମାତ୍ରା ତଳକୁ ଖସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ସମ୍ଭାବନାବର୍ଷା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳକୁ ଖସିବ ।

ଉତ୍ତରପଶ୍ଚିମ ଦିଗରେ ପାରଦ ତଳକୁ ଖସିବ

ପ୍ରଥମେ ଉତ୍ତରପଶ୍ଚିମ ଦିଗରେ ପାରଦ ତଳକୁ ଖସିବ। ପରେ ୪ ରୁ ୫ ଦିନ ଭିତରେ ସାରା ରାଜ୍ୟରେ ତାପମାତ୍ରା ଖସିବ । ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । ଭୁବନେଶ୍ବରରେ ତାପମାତ୍ରା ୨୩.୧ ଡିଗ୍ରୀ, କଟକରେ ୨୧.୫ ଡିଗ୍ରୀ ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ବର୍ଷା ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ଦକ୍ଷିଣ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର, ଇଟିଭି ଭାରତ

ABOUT THE AUTHOR

...view details