ଭୁବନେଶ୍ବର: ଦେଶରେ ଧୀରେ ଧୀରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗତ 24 ଘଣ୍ଟାରେ ରାଜ୍ୟର 30 ଜିଲ୍ଲାରେ 1494 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ 2 ହଜାର ତଳକୁ ରହୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜିର ଚିହ୍ନଟ 1494 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେନଣ୍ଟାଇନରୁ 867 ଜଣ ଥିବାବେଳେ 627 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ତଳ ମୁହାଁ କୋରୋନା ମିଟର, ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ - ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟର 30 ଜିଲ୍ଲାରେ 1494 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ହୋମ କ୍ବାରେନଣ୍ଟାଇନରୁ 867 ଜଣ ଥିବାବେଳେ 627 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...
ତଳ ମୁହାଁ କୋରୋନା ମିଟର, ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ
ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2,98,768କୁ ବୃଦ୍ଧି ପାଇଥିବାବେଳେ 283533 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ 13,789ଟି ମାମଲା ଏବେ ବି ସକ୍ରିୟ ରହିଛି । ଏଯାବତ ରାଜ୍ୟରେ 48,38,124 ଜଣଙ୍କ ଟେଷ୍ଟ ହୋଇସାରିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ