ଓଡିଶା

odisha

ETV Bharat / city

ନଦୀ ସୁରକ୍ଷା ପାଇଁ ଆନ୍ଦୋଳନ କରିବ BJP

ବୈଠକ ପରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ମହେଶ୍ବର ସାହୁ କହିଛନ୍ତି ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକ ମାନଙ୍କ ହାତରେ ଟେକି ଦେଇଛନ୍ତି । ଯାହା ଦ୍ବାରା ରାଜ୍ୟର ପ୍ରମୁଖ ନଦୀ ଗୁଡିକ ଶୁଖି ଗଲାଣି । ଅଧିକ ପଢନ୍ତୁ

ବିଜେପି ନଦୀ ସୁରକ୍ଷା ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ
ବିଜେପି ନଦୀ ସୁରକ୍ଷାବିଜେପି ନଦୀ ସୁରକ୍ଷା ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Apr 25, 2022, 5:36 PM IST

ଭୁବନେଶ୍ବର: ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ବୈଠକ ପରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ମହେଶ୍ବର ସାହୁ କହିଛନ୍ତି, ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକଙ୍କ ହାତରେ ଟେକି ଦେଇଛନ୍ତି । ଯାହା ଦ୍ବାରା ରାଜ୍ୟର ପ୍ରମୁଖ ନଦୀ ଗୁଡିକ ଶୁଖି ଗଲାଣି ।

ବିଜେପି ନଦୀ ସୁରକ୍ଷା ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ

ଜୀବଜନ୍ତୁ ଓ ଲୋକମାନେ ହଇରାଣ ହେଉଛନ୍ତି । ନଦୀ ଗୁଡିକର ବାଲିକୁ ବାଲି ମାଫିଆମାନଙ୍କ ଦ୍ବାରା ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ନେତା ମାନେ ଖୁଲମଖୁଲା ଭାବରେ ଲୁଟ୍‌ କରୁଛନ୍ତି ।

ସରକାରୀ ଅଫିସର ମାନେ କାର୍ଯ୍ୟାନୁଷ୍ଠାନ ନେଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ତେଣୁ ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ନଦୀ ଗୁଡିକର ସୁରକ୍ଷା ପାଇଁ ବିଜେପି ନଦୀ ସୁରକ୍ଷା ସମିତି ବ୍ୟାପକ ଆନ୍ଦୋଳନ କରିବ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହେବ ବୋଲି ଦଳ କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details