ଓଡିଶା

odisha

ETV Bharat / city

ଲଘୁଚାପକୁ ନେଇ ଆଇଏମଡି ଡିଜିଙ୍କ ସତର୍କ ସୂଚନା

ଲଘୁଚାପ ପ୍ରଭାବକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସତର୍କ ସୂଚନା । ଆସନ୍ତା 24 ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ । ଫଳରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ 30 ରୁ 40 କିଲୋମିଟର ରହିବ । ଅଧିକ ପଢନ୍ତୁ...

By

Published : Oct 21, 2020, 8:58 PM IST

ଆଇଏମଡି ଡିଜିଙ୍କ ସତର୍କ ସୂଚନା
ଆଇଏମଡି ଡିଜିଙ୍କ ସତର୍କ ସୂଚନା

ଭୁବନେଶ୍ବର: ଲଘୁଚାପ ପ୍ରଭାବକୁ ନେଇ ସତର୍କ କରାଇଲେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରଥମେ ଅବପାତର ରୂପ ନେବା ପରେ ଗଭୀର ଅବପାତର ରୂପ ନେବ।

ଏହାର ପ୍ରଭାବରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସମ୍ଭାବ୍ୟ ପବନ ହେବା ସହ ଗୁରୁବାର ପବନର ବେଗ ବୃଦ୍ଧି ପାଇ 30 ରୁ 40 କିଲୋମିଟର ରହିବ। ତେବେ ସମୟ ସମୟରେ 50 କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details