ଓଡିଶା

odisha

ETV Bharat / city

ବେଆଇନ ଶ୍ରମିକ ଚାଲାଣ ଘଟଣା: 3 ଜିଲ୍ଲାରୁ 50 ଦଲାଲ ଗିରଫ

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ 50 ଦଲାଲ ଗିରଫ ହୋଇଛନ୍ତି । ରାଜ୍ୟର ତିନି ଜିଲ୍ଲା ନବରଙ୍ଗପୁର, ରାୟଗଡା ଓ କଳାହାଣ୍ଡିରୁ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ବିକେ ଶର୍ମା ।

By

Published : Oct 18, 2019, 10:19 AM IST

Updated : Oct 18, 2019, 4:00 PM IST

ଫାଇଲ ଫଟୋ

ଭୁବନେଶ୍ବର: ବେଆଇନ ଶ୍ରମିକ ଚାଲାଣ ଘଟଣା । 50 ଶ୍ରମିକ ଦଲାଲ ଓ ମଧ୍ୟସ୍ଥି ଗିରଫ । ରାଜ୍ୟର ତିନି ଜିଲ୍ଲାରୁ ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗରେ ଦଲାଲ ମାନେ ଗିରଫ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନବରଙ୍ଗପୁର, ରାୟଗଡା ଓ କଳାହାଣ୍ଡିରୁ ଦଲାଲଙ୍କୁ ପୋଲିସ ଗତକାଲି ଗିରଫ କରିଥିବା ସୂଚନା ମିଳିଛି। କଳାହାଣ୍ଡିରୁ 4ଟି ମାମଲାରେ 15ଜଣ, ନବରଙ୍ଗପୁରରୁ 4ଟି ମାମଲାରେ 20ଜଣ ଓ ରାୟଗଡାରୁ 8ଟି ମାମଲାରେ 15ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଦଲାଲ ଓ ମଧ୍ୟସ୍ଥି ଗିରଫ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ବିକେ ଶର୍ମା ।

ଫଟୋ ସୌଜନ୍ୟ: ଟ୍ବିଟର@BijayKumarShar7

ସେମାନଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ପୋଲିସ ଡିଜି । ପୂର୍ବରୁ ଗତ 12 ତାରିଖରେ ନୂଆପଡା ଓ ବଲାଙ୍ଗିରରୁ 41ଜଣଙ୍କୁ ଗିରଫ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 18, 2019, 4:00 PM IST

ABOUT THE AUTHOR

...view details