ଓଡିଶା

odisha

ETV Bharat / city

ଇଗ୍ନୋ ଆରମ୍ଭ କଲା 10 ନୂଆ ପାଠ୍ୟକ୍ରମ

10 ନୂଆ ପାଠ୍ୟକ୍ରମ ଆରମ୍ଭ କରିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା କହିଛନ୍ତି ଇଗ୍ନୋ ଆଞ୍ଚଳିକ ନିର୍ଦେଶକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

By

Published : Aug 11, 2019, 5:50 PM IST

Updated : Aug 11, 2019, 6:51 PM IST

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟରେ 10 ନୂଆ ପାଠ୍ୟକ୍ରମ । ଭୁବନେଶ୍ବର ପକ୍ଷରୁ ଚଳିତ ନାମଲେଖା ଋତୁରୁ ଆରମ୍ଭ ହୋଇଛି ଏହି ପାଠ୍ୟକ୍ରମ। ସମାଜରେ ଏହାର ଆବଶ୍ୟକତା ଓ ଲୋକମାନଙ୍କ ଆଗ୍ରହ ଅନୁସାରେ ଏହି ନୂଆ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା ଆଞ୍ଚଳିକ ନିର୍ଦେଶକ କହିଛନ୍ତି । ପାଠ୍ୟକ୍ରମ ଗୁଡ଼ିକ ହେଉଛି PGDAW, PGDDS, DEM, CY, CPL, CGDS, CGCA, CPA, CHHA ଓ AGST ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ


1986 ମସିହାରୁ ଭୁବନେଶ୍ବରରେ ପ୍ରତିଷ୍ଠିତ ହୋଇଥିବା ଏହି ଆଞ୍ଚଳିକ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଶ୍ରେଣୀ ଅନୁଯାୟୀ ଏକାଡେମିକ ଓ ଭୋକେଶନାଲ ଟ୍ରେନିଂ ଦିଆଯାଉଛି । ଯେଉଁଥିରେ ଓଡିଶା ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ଓଡ଼ିଶାର 10 ଜିଲ୍ଲାରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଲୋକଙ୍କୁ ଗାଇଡାନ୍ସ କରିବା ପାଇଁ ସାର୍ଟିଫିକେଟ କୋର୍ସ ପ୍ରଦାନ ବ୍ୟବସ୍ଥା ହୋଇଛି। ଯେଉଁଥିପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଚୁକ୍ତି କରିଥିବା ଜଣାପଡିଛି। ସେହିପରି ଭାରତ ସରକାରଙ୍କ ଦକ୍ଷତା ବିକାଶ ଅନ୍ତର୍ଗତ ଦକ୍ଷତା ବିକାଶ ଇନଷ୍ଟିଚ୍ୟୁଟର 150ରୁ 200 ଛାତ୍ରଛାତ୍ରୀଙ୍କ ପାଇଁ ସାର୍ଟିଫିକେଟ ଇନ ପାୱାର ଡିଷ୍ଟ୍ରିବ୍ୟୁସନ ଓ ସାର୍ଟିଫିକେଟ ଇନ କମ୍ୟୁନିକେସନ ଆଣ୍ଡ ଆଇଟି ସ୍କିଲ ରେ ବିନା ଦେୟରେ ଶିକ୍ଷାଦାନ ର ବ୍ୟବସ୍ଥା ରହିଥିବା ଜଣାପଡିଛି।

ସେହିପରି ଜେଲର ଅନ୍ତେବାସୀଙ୍କ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ବ୍ୟବସ୍ଥା ଥିବା ବେଳେ ଏଥର ଓଡ଼ିଶାରେ ଥିବା ସମସ୍ତ ସର୍କଲ ଓ ଜିଲ୍ଲା ଜେଲର ଅନ୍ତେବାସୀଙ୍କ ପାଇଁ ଇଗ୍ନୋ ଓ ଓଡିଶା ସରକାରଙ୍କ ଡ଼ାଇରେକ୍ଟର ଅଫ ପ୍ରିଜନଙ୍କ ମିଳିତ ସହଯୋଗରେ ଶିକ୍ଷା ପ୍ରଦାନ କରାଯିବ । ଆଞ୍ଚଳିକ କେନ୍ଦ୍ର ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆଞ୍ଚଳିକ ନିର୍ଦେଶକ ମନୋଜ ଦାସ ପ୍ରକାଶ କରିଛନ୍ତି। 2019 ମସିହାର ଆଡ଼ମିଶନ ପାଇଁ 118 ଟି ପାଠ୍ୟକ୍ରମ ପାଇଁ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ମିଶନ ଫି ସମ୍ପୂର୍ଣ୍ଣ ଫ୍ରି ରହିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଜୁଲାଇ ସେସନ ପାଇଁ 33 ହଜାର ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ସାଧାରଣ ବିଭାଗରେ ଏପର୍ଯ୍ୟନ୍ତ 24 ହଜାର ଛାତ୍ରଛାତ୍ରୀ ଆଡ଼ମିଶନ ନେଇଥିବା ଜଣାଯାଇଛି।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 11, 2019, 6:51 PM IST

ABOUT THE AUTHOR

...view details