ଭୁବନେଶ୍ବର: ଗାଁ ଅପେକ୍ଷା ସହରରେ ଅଧିକ ସଚେତନତା କରିବାକୁ ପଡୁଛି । ଗାଁରେ ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ଓ ଗାମୁଛା ମୁହଁରେ ଲଗାଉଛନ୍ତି, କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଏବେ ବି ଲୋକଙ୍କୁ ସଚେତନ କରିବାକୁ ପଡୁଛି । ତେବେ ଭାରତରେ 170ଟି ହଟସ୍ପଟ ଚିହ୍ନଟ କରାଯାଇଛି । ହଟସ୍ପଟକୁ କଣ୍ଟ୍ରୋଲ ନିୟନ୍ତ୍ରଣ ନକଲେ ଏହା ଅନେକ ଅଞ୍ଚଳକୁ ମାଡିଯିବାର ସମ୍ଭାବନା ରହିଛି । ତେବେ ଭାରତର ଦୁଇଟି ସହରର ତଥ୍ୟ ଉପରେ ଆଲୋଚନା କରିଛନ୍ତି ସୁବ୍ରତ ବାଗ୍ଚୀ ।
ଭାରତର ପରିଛନ୍ନ ସହର ଇନ୍ଦୋର ଓ ଦେଶର ପ୍ରଥମ ସ୍ମାଟ ସିଟି ଭୁବନେଶ୍ବର । ତେବେ ଇନ୍ଦୋରରେ 20 ଲକ୍ଷ ଜନସଂଖ୍ୟା ରହିଥିବା ବେଳେ ଭୁବନେଶ୍ବରରେ 10 ଲକ୍ଷ ଜନସଂଖ୍ୟା ରହିଛନ୍ତି । ଉଭୟ ଇନ୍ଦୋର ଓ ଭୁବନେଶ୍ବରକୁ ହଟସ୍ପଷ୍ଟ ସହରଭାବେ ଘୋଷଣା କରାଯାଇଛି । ଅନ୍ୟକ୍ଷେ ଭୁବନେଶ୍ବରର ପ୍ରଥମ କରୋନା ରୋଗୀ 16 ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ 25 ମାର୍ଚ୍ଚରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହିପରି ଓଡିଶା 22 ମାର୍ଚ୍ଚରେ ଲାକଡାଉନ ଘୋଷଣା କରାଯାଇଥିବା ବେଳେ ଇନ୍ଦୋର 25 ମାର୍ଚ୍ଚରେ ଲାକଡାଉନ ଘୋଷଣା କରିଛି ।