ଓଡିଶା

odisha

ETV Bharat / city

କାର୍ଯ୍ୟରେ ଯୋଗଦେଲେ ନୂତନ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟର ନୂତନ ଉନ୍ନୟନ କମିଶନର ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ସୁରେଶ ।

By

Published : Aug 19, 2019, 1:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟର ନୂତନ ଉନ୍ନୟନ କମିଶନର ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର । କାର୍ଯ୍ୟରେ ଯୋଗ ଦେବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ସୁରେଶ । ବିଶେଷ କରି ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହେବ ବୋଲି ସେ କହିଛନ୍ତି।

କାର୍ଯ୍ୟରେ ଯୋଗଦେଲେ ନୂତନ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ସୋମବାର ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଭକ୍ତଙ୍କ ସୁବିଧା ଓ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସୁରେଶ କହିଛନ୍ତି । ଏଥିପାଇଁ ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶ ଆଧାରରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ 5ଟିକୁ ମଧ୍ୟ ଗୁରୁତ୍ବ ଦିଆଯିବା ପାଇଁ ସେ ପ୍ରକାଶ କରିଛନ୍ତି ।

ଉନ୍ନୟନ କମିଶନର ଭାବେ ରାଜ୍ୟର ବ୍ୟାଙ୍କିଂ ଓ ଏଟିଏମ୍‌ ସେବା ସମ୍ପ୍ରସାରଣ ଉପରେ ମଧ୍ୟ ସେ ଗୁରୁତ୍ବ ଦେବେ । ଏଥିସହ ସମସ୍ତ ଅଞ୍ଚଳର କିପରି ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ ଏବଂ ଆବଶ୍ୟକସ୍ଥଳେ କିପରି ନୂଆ ଯୋଜନା କରିହେବ ତାହା ନିଷ୍ପତ୍ତି ନେବା ପାଇଁ କହିଛନ୍ତି ସୁରେଶ ମହାପାତ୍ର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details