ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 2005 ମସିହା ବ୍ୟାଚ୍ ଆଇଏଏସ୍ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୬ ବ୍ୟାଚ୍ ଆଇଏଏସ ପାର୍ଥ ସାରଥୀ ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି ।
IAS ସ୍ତରରେ ଅଦଳବଦଳ, ମଧୁସୂଦନ ମିଶ୍ରଙ୍କୁ ଅତିରିକ୍ତ ସଚିବ ପଦ
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶୁକ୍ରବାର ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 2005 ମସିହା ବ୍ୟାଚ୍ ଆଇଏଏସ୍ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ଫାଇଲ ଫଟୋ
୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ବଲପୁର ଏଡିଏମ୍ ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ