ଓଡିଶା

odisha

ETV Bharat / city

ବିଦାୟୀ ବର୍ଷରେ ଆଇଏଏସ ଅଧିକାରୀଙ୍କ ପଦୋନ୍ନତି - 2020ରେ ପଦୋନ୍ନତି

ଆଇଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆ ବର୍ଷ ଭେଟି । ବିଦାୟୀ ବର୍ଷରେ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ଅଧିକାରୀ ସାସ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିଛି ।

ias officer got promoted by odisha government at end of the year 2020
ବିଦାୟୀ ବର୍ଷରେ ଆଇଏଏସ ଅଧିକାରୀଙ୍କ ପଦୋନ୍ନତି

By

Published : Dec 30, 2020, 10:15 PM IST

Updated : Dec 30, 2020, 10:38 PM IST

ଭୁବନେଶ୍ବର:ଆଇଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆ ବର୍ଷ ଭେଟି । ବିଦାୟୀ ବର୍ଷରେ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଆଇଏଏସ ଅଧିକାରୀ ସାସ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିଛି। ଏହାସହ ସେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ସେହିଭଳି ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଦାୟିତ୍ବ ସହ ସହଯୋଗ ବିଭାଗ କମିଶନର ଦାୟିତ୍ବରେ ପଦୋନ୍ନତି ଦିଆଯାଇଛି।

ଏହାସହ ଆଇଏଏସ ଅଧିକାରୀ ବିଶାଳ କୁମା ଦେବଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯାଇଛି। ଆଇଏଏସ ଅଧିକାରୀ ସଞ୍ଜିବ ଚୋପ୍ରାଙ୍କୁ ଜିଏ ଓ ପିଜି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ଆଇଏଏସ ଅଧିକାରୀଙ୍କୁ ବିନିନ କ୍ରୀଷ୍ଣାଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଆଇଏଏସ ଅଧିକାରୀ ରତ୍ନାକର ରାଉତଙ୍କୁ ପଶୁ ସମ୍ପଦ ବିଭାଗର ଅତିରିକ୍ତ କମିଶନର ଦାୟିତ୍ବ ଦିଆଯାଇଛି ।

ସେହିଭଳି ଆଇଏଏସ ଅଧିକାରୀ ଦାଶରଥୀ ଶତପଥୀ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାନ ମାନିକ ଓ ବେଣୁଧର ବେହେରାଙ୍କୁ ମଧ୍ୟ ପୋଦନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେପଟେ ଆଇଏସ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ, ଅନ୍ବେଶ ରେଡୀ, ପାଟିଲ ଆଶିସ ଇଶ୍ବର, ଦିବାକର ଟିଏସ ଓ ହେମା କାନ୍ତ ସେଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 30, 2020, 10:38 PM IST

ABOUT THE AUTHOR

...view details