ଓଡିଶା

odisha

ETV Bharat / city

ଧଳା ଜହର କାରବାର: ଦମ୍ପତି ଗିରଫ, ନଗଦ ଟଙ୍କା ଜବତ

ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀର ହଳଦିପଡିଆ ବସ୍ତିରେ ଖୁଲମାଖୁଲା ଚଳାଇଥିଲେ ଧଳା ଜହର କାରବାର ।

By

Published : Jul 10, 2019, 3:18 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ରାଜଧାନୀରୁ ଗିରଫ ହେଲେ ଧଳା ଜହର କାରବାର କରୁଥିବା ଦମ୍ପତି । ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀର ହଳଦିପଡିଆ ବସ୍ତିରେ ଖୁଲମାଖୁଲା ଚଳାଇଥିଲେ ଧଳା ଜହର କାରବାର । ସେମାନଙ୍କ ନିକଟରୁ ୧୦.୩୫ ଗ୍ରାମର ବ୍ରାଉନସୁଗାର ଓ ନଗଦ ୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ହେଲେ ସରିଫ୍ ଖାନ ଓ ତାଙ୍କ ପତ୍ନୀ ଆୟିସା ବିବି । ଏମାନେ ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବାବେଳେ ଦୀର୍ଘ 2ବର୍ଷ ହେଲା ହଳଦୀ ପଡିଆ ବସ୍ତିରେ ବେପାର କରିଆସୁଥିଲେ ।

ଏହି ଦମ୍ପତି ପୋଲିସକୁ ଦେଖି ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ଦମ୍ପତିଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details