ଓଡିଶା

odisha

ETV Bharat / city

ହାତ ଛାଡି ଶଙ୍ଖରେ ଧରିଲେ ଜଗତସିଂହପୁରର ଶତାଧିକ କର୍ମୀ - Hundreds of Congress workers joined bjd

ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ । ଜଗତସିଂହପୁର ଜିଲ୍ଲାର ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ମଲିକଙ୍କ ନେତୃତ୍ବରେ ଶତାଧିକ କର୍ମୀମାନେ ଆଜି ବିଜେଡି କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ବିଜେଡିରେ ମିଶିଲେ ଜଗତସିଂହପୁର ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ
ବିଜେଡିରେ ମିଶିଲେ ଜଗତସିଂହପୁର ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ

By

Published : Oct 5, 2020, 1:48 PM IST

ଭୁବନେଶ୍ବର: ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ଦଳ ଛାଡିଲେ କଂଗ୍ରେସ ନେତା । କଂଗ୍ରେସର ୧୦ ରୁ ଉର୍ଦ୍ଧ୍ବ ନେତା ନିଜ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେବା ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡିରେ ମିଶିଲେ ଜଗତସିଂହପୁର ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ

ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ବାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ବାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ଅନ୍ୟ ନେତା ମାନେ ବିଜେଡିରେ ଯୋଗ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନରେ ଦଳର ବିପୁଳ ବିଜୟ ହେବ ବୋଲି କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ , ଦେବାଶିଷ ସାମନ୍ତରାୟ , ଜନ୍ମେଜୟ ଲେଙ୍କା ଓ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଭୃତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details