ଓଡିଶା

odisha

ETV Bharat / city

ମୋଦିଙ୍କ ଶହେ ଦିନ ଦେଶକୁ ଦେଇଛି ସଫଳତା: ସମାଜସେବୀ - ନରେନ୍ଦ୍ର ମୋଦି

ଶହେ ଦିନ ପୂରଣ କରିଛନ୍ତି ମୋଦି ସରକାର । ଘାତ ପ୍ରତିଘାତ ଭିତରେ ଗତି କରିଛି ସରକାର । ଅନେକ ଐତିହାସିକ ନିଷ୍ପତି ଓ ଆଇନ ପାରିତ କରିଥିବେଳେ ଶହେ ଦିନ କିପରି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ।

ଡ଼ିଜାଇନ ଫଟୋ

By

Published : Sep 8, 2019, 11:25 PM IST

ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିଛନ୍ତି ନରେନ୍ଦ୍ର ମୋଦି । ଇତି ମଧ୍ୟରେ ସରକାରକୁ ପୁରିଛି ଶହେ ଦିନ । ଗୋଟେପଟେ ଦେଶରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାତ ତାଣ୍ଡବ ରଚାଇଥିଲା । ଅନ୍ୟପଟେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାରେ ସକ୍ଷମ ହୋଇଥିଲେ ନରେନ୍ଦ୍ର ମୋଦି । ଏହାରି ଭିତରେ ଅନେକ ସଫଳ ଓ ବିଫଳତା ଦେଇ ଗତି କରିଛି ସରକାର । ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ 100 ଦିନ ଦେଶ ପାଇଁ କିପରି ଥିଲା ଏନେଇ ଇଟିଭି ଭାରତ ସଂଗ୍ରହ କରିଛି ସମାଜସେବୀଙ୍କ ପ୍ରତିକ୍ରିୟା ।

ଭିଡ଼ିଓ ସୌଜନ୍ଯ; ସମ୍ବାଦଦାତା, ଭୁବନେଶ୍ବର

ନରେନ୍ଦ୍ର ମୋଦିଙ୍କ 100 ଦିନ ହେଉଛି ଅଗ୍ନି ପରୀକ୍ଷା ସହ ସମାନ । ଏହି ଶହେ ଦିନ ଭିତରେ ଜଣାପଡିଯାଏ ସରକାର କିଭଳି କାମ କରିବା ଆବଶ୍ୟକ ବୋଲି କହିଛନ୍ତି ସମାଜସେବୀ ଜଗାଦା ନନ୍ଦ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସରକାରକୁ ଏକ ପ୍ରମୁଖ ସଫଳତା ଆଣିଦଇଛି । ସାରା ଭାରତରେ ଅନେକ ଗ୍ରାମରେ ରହିଥିବା ପାଣିର ସମସ୍ୟାକୁ ଜାଣି ଦୂର କରିପାରିଥିବା ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ସମାଜସେବୀ ନମ୍ରତା ଚଡ଼ା କହିଛନ୍ତି, ଯଦି ଗୋଟେ ସରକାର ସଫଳତା ପାଉଛି ସେଥିପାଇଁ ଜନତା ଦାୟୀ ଓ ଯଦି ସରକାର ବିଫଳତା ପାଉଛି ତେବେ ଜନତା ହିଁ ଦାୟୀ । ଏହା ସହ ସରକାର ପୂର୍ବ ପାଞ୍ଚ ବର୍ଷରେ ଯାହା କରିଛନ୍ତି ଆଉ ଯାହା ରହିଯାଇଛି ସେଗୁଡିକ କରିବା ପାଇଁ ଉଚିତ ସମୟ ମିଳିଛି । ସରକାର ତାହାର କାର୍ଯ୍ୟକାରୀ ପରିପାରିବେ ବୋଲି ଚଡ଼ା କହିଛନ୍ତି । ତେବେ ଦ୍ବିତୀୟ ପାଳିରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ପରେ ଦେଶବାସୀଙ୍କୁ ବିଭିନ କ୍ଷେତ୍ରରେ ସଫଳତା ମିଳିଛି । ଟ୍ରିପଲ ତଲାକ ଓ ମହିଳାଙ୍କ ଉପରେ ସୁରକ୍ଷାକୁ ନେଇ ମଧ୍ୟ ସଫଳତା ମିଳିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details