ଭୁବନେଶ୍ବର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଅନେକ ପରିବର୍ତ୍ତନ ଆଣିଛନ୍ତି। ଗତ 30 ତାରିଖରେ କ୍ୟାବିନେଟ ବୈଠକରେ ଏନେଇ ମଞ୍ଜୁରୀ ମିଳିଛି। ଗତ ଡିସେମ୍ବରରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପ୍ରଥମରୁ ହିଁ ଯୋଜନାର ରୂପରେଖ ଓ ହିତାଧିକାରୀଙ୍କ ଚିହ୍ନଟକୁ ନେଇ ଦ୍ବନ୍ଦ ଉପୁଜିଥିଲା।
ପରବର୍ତ୍ତୀ ସମୟରେ ଯୋଜନାକୁ ନେଇ କୌଣସି ସ୍ପଷ୍ଟତା ଆସି ନଥିଲା। ଯୋଜନାକୁ ବର୍ଷେ ପୂରିନି ହେଲେ କାଣ୍ଟଛାଣ୍ଟ କରି କେନ୍ଦ୍ର ଉପରେ ନଦି ହୋଇଛନ୍ତି ରାଜ୍ୟ ସରକାର।
କାଳିଆ ଯୋଜନାରେ ବଡ଼ ପରିବର୍ତ୍ତନ କାଳିଆ ଯୋଜନାରେ ବଡ଼ ପରିବର୍ତ୍ତନ
ତେବେ କଣ ସବୁ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା....
- ରବି ଫସଲ ପାଇଁ ଆଉ ମିଳିବନି କାଳିଆ ସହାୟତା
- 2018-19 ପାଇଁ ଯେଉଁମାନେ କାଳିଆ ସହାୟତା ପାଇ ନାହାଁନ୍ତି ସେମାନଙ୍କୁ ରବି ପାଇଁ ସହାୟତା ଦିଆଯିବ2019-20 ପାଇଁ କିନ୍ତୁ ଆଉ ସହାୟତା ମିଳିବ ନାହିଁ।
- ଯେହେତୁ ଏହି ହିତାଧିକାରୀ ପିଏମ କିଷାନ ଯୋଜନାରେ ସାମିଲ ହୋଇଛନ୍ତି ତେଣୁ ତାଙ୍କୁ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
- କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉଭୟ କାଳିଆ ଓ ପିଏମ କିଷାନ ଯୋଜନାରୁ ସହାୟତା ପାଇବେ।
- 2020-21 ରୁ ସେମାନେ କଳିଆରୁ 4 ହଜାର ଓ ପିଏମ କିଷାନ ଯୋଜନାରୁ 6 ହଜାର ଟଙ୍କା ପାଇବେ।
- 2019-20ରେ ସେମାନେ କାଳିଆ ବାବଦକୁ 5 ହଜାର ଟଙ୍କା ପାଇବେ।
- ଯେଉଁମାନେ ଭୂମିହୀନ ହୋଇଥିବେ ପ୍ରକୃତ ଚାଷ କରୁଥିବେ ସେମାନଙ୍କୁ ଯେହେତୁ ପିଏମ କିଷାନ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ନାହିଁ ତେଣୁ ସେମାନଙ୍କୁ କାଳିଆ ଯୋଜନାରେ ବର୍ଷକୁ 10 ହଜାର ଟଙ୍କା ଦିଆଯିବ।
- ପିଏମ କିଷାନରେ ଯେଉଁମାନେ ବାଦ ପଡିବାର ବ୍ୟବସ୍ଥା ରହିଛି ସେଠାରେ କାଳିଆ ଆଇନ ଲାଗୁ ହେବ। ଡାକ୍ତର, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ, ଆର୍କିଟେକ୍ଚର ହିତାଧିକାରୀଙ୍କ ତାଲିକାରୁ ବାଦ ପଡିବେ।
- ସହରାଞ୍ଚଳର ଚାଷୀଙ୍କୁ ସାମିଲ କରାଯିବ ନାହିଁ।
- ଯେହେତୁ ସମବାୟ ବିଭାଗ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେବାର ଘୋଷଣା କରିଛି ତେଣୁ କାଳିଆରେ 50 ହଜାର ପର୍ଯ୍ୟନ୍ତ ଋଣ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି।
- ଯେପର୍ଯ୍ୟନ୍ତ ପିଏମ କିଷାନ ଚାଲୁ ରହିବ ସେପର୍ଯ୍ୟନ୍ତ କାଳିଆ ଯୋଜନା ଚାଲିବ।
- 2019-20ରେ ଏ ବାବଡଦକୁ 4587 କୋଟି ଟଙ୍କା ଓ 2020-21ରେ 3404 କୋଟି ଟଙ୍କାର ବୋଝ ରାଜ୍ୟ ରାଜକୋଷ ଉପରେ ପଡିବ।
- ପ୍ରଶାସନିକ ଓ ଯୋଜନା କାର୍ଯ୍ୟକାରିତା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ପିଏମ କିଷାନ ସହ ମିଶ୍ରଣ ହେବା ପରେ ରାଜ୍ୟ ସରକାର କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ